କିଟ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲା: ରିମାଣ୍ଡରେ ଆସିବେ ଆଦବିକ୍ ଶ୍ରୀବାସ୍ତବ

ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା କିଟ୍ ବିଶ୍ବ ବିଦ୍ୟାଳୟରେ ନେପାଳୀ ବି-ଟେକ୍ ଛାତ୍ରୀଙ୍କ ମୃତ୍ୟୁର ପର୍ଦ୍ଦାଫାଶ୍ ପାଇଁ ଅଭିଯୁକ୍ତ ଆଦବିକ୍ ଶ୍ରୀବାସ୍ତବ ରିମାଣ୍ଡରେ ଆସିବେ। ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ପୁଲିସ ପକ୍ଷରୁ ଆବେଦନ କରାଯିବ...

Advik Srivastava to be remanded

Advik Srivastava to be remanded Photograph: (sambad.in)

ଭୁବନେଶ୍ବର: ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା କିଟ୍ ବିଶ୍ବ ବିଦ୍ୟାଳୟରେ ନେପାଳୀ ବି-ଟେକ୍  ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁର ପର୍ଦ୍ଦାଫାଶ୍  ପାଇଁ ଅଭିଯୁକ୍ତ ଆଦବିକ୍ ଶ୍ରୀବାସ୍ତବ  ରିମାଣ୍ଡରେ ଆସିବେ।

ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ପୁଲିସ ପକ୍ଷରୁ ଆବେଦନ କରାଯିବ।  ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ  ଇନଫୋସିଟି ଥାନା ପୁଲିସ କୋର୍ଟଙ୍କ ନିକଟରେ ବୁଧବାର ଆବେଦନ କରିବ।

ଅଧିକ ପଢ଼ନ୍ତୁ: ଆଜି ଜଣାପଡ଼ିବ କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସେପଟେ ମୃତ ଛାତ୍ରୀଙ୍କ ନିକଟରୁ ଜବତ୍ ମୋବାଇଲ ଓ ଲ୍ୟାପଟପ୍‌ରୁ ତଥ୍ଯ ଜାଣିବା ପାଇଁ ରାଜ୍ଯ ଫରେନସିକ୍ ଲାବ୍କୁ ପଠାଯାଇଛି। ଅନ୍ୟପଟେ କିଟ୍ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ (ଆଇଆରଓ) , ନେପାଳୀ ଛାତ୍ରୀଙ୍କୁ ଧମକ ଦେଇଥିବା ୨ ହଷ୍ଟେଲ୍ ୱାର୍ଡେନଙ୍କୁ ଜେରା କରିବା ପାଇଁ ନୋଟିସ୍ ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ: ବିଧାନସଭାରେ ହଟ୍ଟଗୋଳ: ଗୃହକାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe