ବିଷ ଦେଇ ସାବତ ଝିଅକୁ ହତ୍ୟା!

Advertisment
ବିଷ ପିଇଲେ ମଙ୍ଗୁଳା କନ୍ୟା: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

NFTV

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ହିରାଖଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା, ଭାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଥିବାବେଳେ ସାବତ ମା’ ଜଣେ ନାବାଳିକା ଝିଅକୁ ବିଷଦେଇ ହତ୍ୟା କରିଛନ୍ତି। ଗ୍ରାମବାସୀମାନେ ଏହିଭଳି ଅଭିଯୋଗ ଆଣିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସାମ୍ନାକୁ ଆସିବ ବୋଲି କହିଛି।

ମୃତ ନାବାଳିକା ହେଉଛି ଗ୍ରାମର ଝରଣା ଦାସ। ବୟସ ୧୭ବର୍ଷ। ହିରାଖଣ୍ଡି ଗ୍ରାମର ସଭାପତି ପଦ୍ମଚରଣ ପ୍ରଧାନଙ୍କ କହିବାନୁସା‌ରେ, ଶିବରାମଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ବିଳାସ ଦାସ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହକୁ ଇତିମଧ୍ୟରେ ୧୫ବର୍ଷ ବି ବିତିଗଲାଣି। ପ୍ରଥମ ପତ୍ନୀର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ। ସାବତ ପୁଅ ମୁନ୍ନା ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବାବେଳେ ଝରଣା ସାବତ ମାଆ ବିଳାସଙ୍କ ପାଖରେ ରହୁଥିଲେ। ବାପା ଶିବରାମ କେରଳରେ କାମ କରୁଛନ୍ତି। ହେଲେ, ଝରଣାଙ୍କୁ ବିଳାସ ବହୁଦିନ ହେଲା ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ସକାଳେ ଝରଣା ହଠାତ୍ ଅସୁସ୍ଥ ହୋଇ ଯାଇଥିବା ନେଇ ବିଳାସ ପଡ଼ୋଶୀଙ୍କୁ ଜଣାଇଥିଲେ। ସଂଗେ ସଂଗେ ଝରଣାଙ୍କୁ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ରାତିରେ ସେ ପ୍ରାଣ ହରାଇଥିଲେ। ଆଜି ଗ୍ରାମବାସୀ ଏକାଠି ହୋଇ ପୁଲିସକୁ ସୂଚନା ଦେବା ସହ ଝରଣାଙ୍କୁ ବିଳାସ ବିଷ ଦେଇ ମାରିଛନ୍ତି ବୋଲି ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe