ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା!

ଆନ୍ଧ୍ରରୁ ଆସିଲା ଦାଦନ ଶ୍ରମିକଙ୍କ ଶବ

ବେତନଟୀ : ମୟୂରଭଞ୍ଜ ଜିଲ୍ଲା‌ ବୈଶିଙ୍ଗା ଥାନା ନଡ଼ପୁର ଉପକଣ୍ଠ ଶାଳ ଜଙ୍ଗଲ ପାଖରୁ ଆଜି ଜଣେ ମଧ୍ୟବୟସ୍କା ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି। ପାରିପାର୍ଶ୍ବିକ ଅବସ୍ଥାରୁ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୁଲିସ ଏ ବାବଦରେ କିଛି ସ୍ପଷ୍ଟ କରିନାହିଁ, ତେବେ ଏହା ଗଣଦୁଷ୍କର୍ମଜନିତ ହତ୍ୟାକା​ଣ୍ଡ ବୋଲି ଜଣେ ପୁଲିସ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି। ମୟୂରଭଞ୍ଜ ଏସ୍‌ପି ରି‌ଷିକେଶ ଦ୍ୟାନଦେଓ ଖିଲାରୀ ନିଜେ ଘଟଣାର ଛାନ୍‌ଭିନ୍‌ ଚଳାଇଥିବା ବେଳେ ପୁଲିସ ଜଣକୁ ଅଟକ ରଖିଛି। ଏ ସଂପର୍କରେ କୌଣସି ସୂଚନା ଦେଇନଥିଲେ ମଧ୍ୟ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଠାବ କରିସାରିଛି ଓ ଆସନ୍ତାକାଲି ଏହି ଘଟଣାର ପର୍ଦ୍ଦାଫାସ୍‌ କରିବ ବୋଲି ସୂଚନା ମିଳିଛି।

ନଡ଼ପୁର ଗ୍ରାମର ଗୋଲକ ମୁର୍ମୁ ଓ ତାଙ୍କ ପତ୍ନୀ ମାଳତୀଙ୍କ ମଧ୍ୟରେ ମନାନ୍ତର ହେବାରୁ ସେମାନେ ଅଲଗା ରହୁଥିଲେ। ତେବେ ପତିପତ୍ନୀ ମଝିରେ ମଝିରେ ନିଜ ପିଲାମାନଙ୍କ ଘରେ ଏକାଠି ହୁଅନ୍ତି ଓ ଖିଆପିଆ କରି ପୁଣି ପଳାଇ ଯାଆନ୍ତି। ଉଭୟଙ୍କର ୫ ପୁଅଝିଅ ଥିବା ବେଳେ ଗତକାଲି ରାତିରେ ମାଳତୀ ଓ ଗୋଲକ ନିଜ ସାନପୁଅ ଘରେ ଏକାଠି ରାତ୍ରି ଭୋଜନ କରିଥିଲେ। ପରେ ଗୋଲକ ପାଖ ଗ୍ରାମରେ ଚାଲିଥିବା ଆଦିବାସୀ ଯାତ୍ରା ଦେଖିବାକୁ ଚାଲି ଯାଇଥିଲେ ଓ ଅବିବାହିତ ସାନପୁଅ ଗ୍ରାମର ଜଣେ ସାଙ୍ଗ ଘରକୁ ଶୋଇବାକୁ ଚାଲିଯାଇଥିଲା। ରାତିରେ ଘରେ ଏକୁଟିଆ ଶୋଇଥିଲେ ମାଳତୀ। ତେବେ ଆଜି ଭୋର୍‌ ସମୟରେ ମାଳତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ବେତନଟୀ-ନଡ଼ପୁର ଜଙ୍ଗଲ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଜଙ୍ଗଲର ଗୋଟିଏ ସ୍ଥାନରେ ପୁଳାପୁଳା ରକ୍ତ ପଡ଼ିଥିବା ଓ ସେଠାରୁ ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ମାଳତୀଙ୍କୁ ଘୋଷାଡ଼ି ନେବାର ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ମାଳତୀଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଥିଲା। ଖବର ପାଇ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାଶ, ବୈଶିଙ୍ଗା ପୁଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ସହ ପହଞ୍ଚି ଛାନଭିନ୍‌ କରିଥିଲେ। ବୈଶିଙ୍ଗା ପୁଲିସ ଦିନତମାମ ଘଟଣାର ତନାଘନା କରିଥିବା ବେଳେ ସନ୍ଧ୍ୟାରେ ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀ ପହଞ୍ଚି ତଦନ୍ତ କରିଥିଲେ। ଶେଷ ଖବର ସୁଦ୍ଧା ରାତିରେ ପୁଲିସ ଜଣେ ଅଭିଯୁକ୍ତକୁ ଉଠାଇ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe