କ୍ରିକେଟ୍‌ ଖେଳରୁ ମହାଭାରତ: ସାମାନ୍ୟ କଳିରୁ ଷ୍ଟମ୍ପରେ ପିଟି ଖେଳାଳିଙ୍କୁ ହତ୍ୟା

Advertisment
କ୍ରିକେଟ୍‌ ଖେଳରୁ ମହାଭାରତ: ସାମାନ୍ୟ କଳିରୁ ଷ୍ଟମ୍ପରେ ପିଟି ଖେଳାଳିଙ୍କୁ ହତ୍ୟା

ଥୁଆମୂଳ ରାମପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଘୁଞ୍ଜିଗୁଡ଼ା ଗାଁରେ କ୍ରିକେଟ ଖେଳରୁ ମହାଭାରତ ଘଟିଯାଇଛି। ସାମାନ୍ୟ କଳିରୁ କଳାହାଣ୍ଡି ଜିଲ୍ଲା ଜଣେ ଖେଳାଳିଙ୍କୁ ଷ୍ଟମ୍ପରେ ଆକ୍ରମଣ କରି ହତ୍ୟା କରାଯାଇଛି। ମୃତକ ଜଣକ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଡୁମେରପଦର ଗାଁର ବେଦବ୍ୟାସ ନାଏକ (୧୮ବର୍ଷ) ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଘୁଞ୍ଜିଗୁଡା ଗାଁରେ କ୍ରିକେଟ ପ୍ରତିଯୋଗିତା ଚାଲିଥିଲା। ସୋମବାର ଡୁମେରପଦର ଓ ବେନ୍ଧଲାପାସ ଗାଁ ମଧ୍ୟରେ ଖେଳ ହୋଇଥିଲା। ମ୍ୟାଚ ସମୟରେ କୌଣସି କାରଣ ଯୋଗୁଁ ଉଭୟ ଟିମ୍‌ ଖେଳାଳିମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ବେନ୍ଧାଲପାସ ଟିମର ଜଣେ ଖେଳାଳି ଉତକ୍ଷିପ୍ତ ହୋଇ ବେଦବ୍ୟାସଙ୍କୁ ପଛପଟୁ ଷ୍ଟମ୍ପରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହଁ ବେଦବ୍ୟାସ ଟଳିପଡ଼ିଥିଲେ। ତାଙ୍କୁ ପ୍ରଥମେ କାଶୀପୁର ଓ ପରେ ରାୟଗଡ଼ା ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ଏନେଇ କାଶୀପୁର ଥାନାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe