କଙ୍କଡ଼ାହାଡ଼ରେ ଚାଞ୍ଚଲ୍ୟ: ପତ୍ନୀଙ୍କୁ ମାରି ଜାଳିଦେଲା!

Advertisment

ପୁଅ କଲା ଅଭିଯୋଗ, ଅଧା ପୋଡ଼ା ଶବ ଜବତ, ସ୍ବାମୀ ଅଟକ

ପୁଅ କଲା ଅଭିଯୋଗ, ଅଧା ପୋଡ଼ା ଶବ ଜବତ, ସ୍ବାମୀ ଅଟକ

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Representational image

କଙ୍କଡାହାଡ଼ : ମାତୃ ଦିବସରେ ଜଣେ ମହିଳାଙ୍କୁ ହତ୍ୟା। ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ଏମିତି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କେରଜୁଳି ପଞ୍ଚାୟତର ବାଲିସାହି ଗାଁରେ ଦେଖିବାକୁ ମିଳିଛି।

ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ନିରଞ୍ଜନ ଦାସ (୫୮) ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଜାଳି‌ ଦେଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ଏପଟେ ଏହି ଘଟଣା ସମଗ୍ର କଙ୍କଡ଼ାହାଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବିକାଶ ଦାସ (୨୦) କଙ୍କଡାହାଡ଼ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ମା’ ରଙ୍ଗବତୀ ଦାସ (୫୪)ଙ୍କୁ ଆଜି ବାପା ନିରଞ୍ଜନ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଦେଇଛନ୍ତି। ହତ୍ୟା ଅଭିଯୋଗ ପାଇବା ପରେ କାମାକ୍ଷାନଗର ଏସ୍‌ଡିପିଓ ରଂଜନ କୁମାର ଦେ, ଥାନା ଅଧିକାରିଣୀ ନିର୍ମଳା ଗୋଛାୟତ, ଏସ୍‌ଆଇ ବିଷ୍ଣୁପ୍ରିୟା ରଣା ଓ ସାଇଣ୍ଟିଫିକ୍‌ ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଅଧାପୋଡ଼ା ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନା ପଠାଇଛି। ଏହା ଉପରେ ଅଧିକ ତଦନ୍ତ ଚାଲୁଥିବା ଓ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍‌ଡିପିଓ କହିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ନିରଞ୍ଜନଙ୍କୁ ଅଟକ ରଖି କଙ୍କଡ଼ାହାଡ଼ ଥାନା ପୁଲିସ ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe