କୋଭିଡ୍ ହସ୍ପିଟାଲ୍‌ରେ ହତ୍ୟା!

Advertisment

ଏଫ୍‌ଆଇଆର୍‌ ଦେବାକୁ ଆସିଲେ, ପୁରୁଣା ଭିଡିଓ ଜାଣି ଫେରିଗଲେ

ଏଫ୍‌ଆଇଆର୍‌ ଦେବାକୁ ଆସିଲେ, ପୁରୁଣା ଭିଡିଓ ଜାଣି ଫେରିଗଲେ

ବାଇକ୍‌ ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ

image source-bbc

ସମ୍ବଲପୁର: ସମ୍ବଲପୁର କୋଭିଡ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ହତ୍ୟା! ଏଭଳି ଏକ ଅଭିଯୋଗ ଆଣିଥିଲେ କୋଭିଡ୍‌ରେ ମୃତ୍ୟୁ ବରଣ କରିଥିବା ଧମା ଥାନା ହଳଦୀ ଗ୍ରାମର ସରୋଜ କଠାର। ସେ ଆଣିଥିବା ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୧୪ ତାରିଖରେ ତାଙ୍କ ବାପାଙ୍କର ସମ୍ବଲପୁର କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିଲା। ଭାଇରାଲ୍‌ ହେଉଥିବା ଏକ ଭିଡିଓକୁ ଦେଖି ତାଙ୍କ ବାପାଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇନାହିଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି ବୋଲି ସେ ଟାଉନ୍‌ ଥାନାକୁ ଅଭିଯୋଗ କରିବାକୁ ପହଞ୍ଚିଥିଲେ। ଉକ୍ତ ଭିଡିଓର ଜଣେ ମେଡିକାଲ କର୍ମଚାରୀ ଜଣେ ରୋଗୀଙ୍କ ତଣ୍ଟି ଚିପୁଥିବାର ଦୃଶ୍ୟ ରହିଛି। ତଣ୍ଟି ଚିପା ହେଉଥିବା ରୋଗୀଙ୍କୁ ନିଜ ବାପା ବୋଲି କହିବା ସହ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି ବୋଲି ଅଭିଯୋଗ କରିଥିଲେ।

ତେବେ ଟାଉନ୍‌ ଆଇଆଇସି ଭିଡିଓଟିର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଏହା ଓଡ଼ିଶାର ହୋଇନଥିବା ଏବଂ ତାହ୍କ ବାପାଙ୍କ ମୃତ୍ୟୁ ପୂର୍ବରୁ ଭିଡିଓଟି ଅପ୍‌ଲୋଡ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ସେ ଏହି କଥା ଅଭିଯୋଗ ଆଣିଥିବା ସରୋଜ କଠାରଙ୍କୁ ଦର୍ଶାଇଥିଲେ। ଭିଡିଓଟି ତାଙ୍କ ବାପାଙ୍କର ନୁହେଁ ବୋଲି ହୃଦବୋଧ ହେବାପରେ ସରୋଜ ଏଫ୍‌ଆଇଆର୍‌ ନଦେଇ ଥାନାରୁ ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe