ଯୁବକଙ୍କୁ ପିଟିପିଟି ମାରିଦେଲେ, ୩ ଗିରଫ

Advertisment
ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

ବ୍ରଜରାଜନଗର: ରେଙ୍ଗାଲି ଥାନା ଅନ୍ତର୍ଗତ ଲିମଡିଡି ଗ୍ରାମରେରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସେହି ଗ୍ରାମର ଲଳିତ ମିର୍ଦ୍ଧା (୪୫)। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ସେହି ଗ୍ରାମରେ ତଥା ମୃତକଙ୍କ ପଡ଼ୋଶୀ ଟିକିରାମ ମିର୍ଦ୍ଧା, ରଞ୍ଜନ ମିର୍ଦ୍ଧା ଓ ବିନୋଦିନୀ ମିର୍ଦ୍ଧା। ଶନିବାର ମଧ୍ୟାହ୍ନରେ ଲଳିତଙ୍କୁ ଆକ୍ରମଣ ହୋଇଥିବା ବେଳେ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ ଲଳିତ ତାଙ୍କ ଘରେ ଏକା ରୁହନ୍ତି। ତାଙ୍କ ପତ୍ନୀ କୌଣସି କାରଣରୁ ୧୫ ବର୍ଷ ତଳେ ଘର ଛାଡ଼ି ଚାଲି ଯାଇଛନ୍ତି। ଲଳିତ ବିଭିନ୍ନ ସମୟରେ ପଡ଼ୋଶୀ ଟିକିରାମଙ୍କ ସହିତ ଝଗଡ଼ା ହୋଇଥାଏ। ଗତକାଲି ଏଭଳି ଝଗଡ଼ା କରିବାରୁ ଟିକିରାମ ଓ ଅନ୍ୟ ୨ଜଣ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ମିଳିତ ଭାବେ ଠେଙ୍ଗା ଓ ବାଡ଼ିରେ ପିଟିଥିଲେ। ଏଥିରେ ତାଙ୍କ ୨ ଗୋଡ଼ରେ କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା। ଘଟଣାଟି ତାଙ୍କ ଘର ଆଗରେ ହୋଇଥିଲେ ମଧ୍ୟ କେହି ତାଙ୍କୁ ମେଡିକାଲ୍‌ ନେଇ ନଥିଲେ। ତେବେ ସନ୍ଧ୍ୟା ପ୍ରାୟ ୬ଟାରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୦ ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲ ପକ୍ଷରୁ ରେଙ୍ଗାଲି ଥାନାକୁ ଅବଗତ କରିବା ପରେ ପୁଲିସ ହସ୍ପିଟାଲକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe