ପଟ୍ଟାମୁଣ୍ଡାଇ : ବ୍ୟବସାୟୀଙ୍କୁ ମାରି ନଦୀରେ ଫିଙ୍ଗିଦେଲେ!

Advertisment
ପାଟନାଳୀରୁ ବିଧବାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣା; ପୁଅ ଆଣିଲେ ହତ୍ୟା ଅଭିଯୋଗ, ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ

Newslaundry

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦାଣ୍ଡିସାହି ନିକଟ କଣ୍ଠିଆନାଳ ନଦୀରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଜଣକ ହେଉଛନ୍ତି ଚତୁର୍ଭୁଜ ସେଠୀ(୨୫)। ତାଙ୍କ ଘର ଡେରାବିଶ ଥାନା କୁଷୁନୁପୁର ବେରାଡି ଅଞ୍ଚଳରେ ହୋଇଥିବା ବେଳେ ସେ ହୋଲସେଲ୍‌ ଅଣ୍ଡା ବ୍ୟବସାୟ କରୁଥିଲେ। ତାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଛି ବୋଲି ଚତୁର୍ଭୁଜଙ୍କ ବାପା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ପୁଲିସ ସୂଚନା ଅନୁଯାୟୀ, ଚତୁର୍ଭୁଜ ଡେରାବିଶରୁ ଅଣ୍ଡା ଆଣି ଧୋୟାଞ୍ଚଳରେ ବ୍ୟବସାୟ କରୁଥିଲେ। ଗଲା ରବିବାର ଅଣ୍ଡା ନେଇ ଦାଣ୍ଡିସାହିକୁ ଆସିଥିଲେ। ଦାଣ୍ଡିସାହିର ରବି ରାଉତଙ୍କ ଫାଷ୍ଟଫୁଡ୍‌ ଦୋକାନକୁ ଅଣ୍ଡା ନେଇଯାଉଛି ଓ ବାକି ଟଙ୍କା ଆଦାୟ କରି ଫେରିବି ବୋଲି ଘରେ କହି ଆସିଥିଲେ। ସେହିଦିନ ରାତିରେ ଚତୁର୍ଭୁଜଙ୍କ ଉପସ୍ଥିତିରେ ରବି ତାଙ୍କ ବାପାଙ୍କ ସମେତ ପରିବାର ଲୋକଙ୍କୁ ମାରପିଟ କରିଥିଲେ। ଏହି ଗଣ୍ଡଗୋଳ ସଂପର୍କରେ ରବିଙ୍କ ବାପା ସେହିଦିନ ରାତିରେ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହାପରେ ଚତୁର୍ଭୁଜ ଆଉ ଘରକୁ ଫେରି ନ ଥିଲେ। ପୁଅ ନ ଫେରିବାରୁ ଚତୁର୍ଭୁଜଙ୍କ ବାପା ଡେରାବିଶ ଥାନାରେ ଏକ ଏତଲା ଦେଇଥିଲେ।

ଗତକାଲି ଚତୁର୍ଭୁଜଙ୍କ ବାଇକ୍‌ କଣ୍ଠିଆନାଳ ନଦୀ ପୋଲ ଉପରେ ଥୁଆ ହୋଇଥିବା କିଛି ଲୋକ ଦେଖି ଚଉଦକୁଲାଟ ଫାଣ୍ଡିକୁ ଖବର ଦେଇଥିଲେ। ଆଜି ସ୍ଥାନୀୟ ମାଛ ଧରାଳୀ ନଦୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇ ଚତୁର୍ଭୁଜଙ୍କ ବାପା ପର୍ଶୁରାମ ଏଠାରେ ପହଞ୍ଚି ପୁଅର ମୃତଦେହ ଚିହ୍ନଟ କରିଥିଲେ। ଏ ନେଇ ସେ ଚଉଦକୁଲାଟ ଫାଣ୍ଡିରେ ଏତଲା ଦେଇଛନ୍ତି। ତାଙ୍କ ପୁଅକୁ ହତ୍ୟା କରି କେହି ନଦୀରେ ଫିଙ୍ଗି ଦେଇଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣା ପଛରେ ରବି ରାଉତଙ୍କ ହାତ ରହିଥିବା ସେ ଉଲ୍ଲେଖ କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ରବିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଫାଣ୍ଡି ଅଧିକାରୀ ବିଜୟ କୁମ‌ାର ମଲ୍ଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe