ବାଘ ମାରି ମାଂସ ଖାଇଲେ: ୨ ଶିକାରୀ ଗିରଫ, ୨ ଫେରାର, ମୁଣ୍ଡ, ଛାଲ ଜବତ

Advertisment

ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ଲାଗି ରେଢାଖୋଲ ଫରେଷ୍ଟ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ତିନି ହାତୀଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ଏଭଳି ବିଦ୍ୟୁତ୍‌ ଫାଶରେ ଲାଗି ନୂଆପଡ଼ା

ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ଲାଗି ରେଢାଖୋଲ ଫରେଷ୍ଟ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ତିନି ହାତୀଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ଏଭଳି ବିଦ୍ୟୁତ୍‌ ଫାଶରେ ଲାଗି ନୂଆପଡ଼ା

sffshfshsfh

ନୂଆପଡ଼ା/କୋମନା: ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ଲାଗି ରେଢାଖୋଲ ଫରେଷ୍ଟ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ତିନି ହାତୀଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ଏଭଳି ବିଦ୍ୟୁତ୍‌ ଫାଶରେ ଲାଗି ନୂଆପଡ଼ା ଜିଲ୍ଲାରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିବା ପଦାକୁ ଆସିଛି। ବିଦ୍ୟୁତ୍‌ ତାରରେ ଲାଗି ବାଘର ମୃତ୍ୟୁ ପରେ ଶିକାରୀମାନେ ଏହାର ମାଂସକୁ ଭୋଜି କରି ଖାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ବନ ବିଭାଗ ୨ ଜଣ ଶିକାରୀଙ୍କୁ ଗିରଫ କରି ପଚରାଉଚରା କରୁଥିବା ବେଳେ ଆଉ ୨ ଜଣ ଫେରାର ଅଛନ୍ତି।

ସୂଚନା ଅନୁସାରେ, ସୁନାବେଡ଼ା ଅଭୟାରଣ୍ୟର ତଳି ଅଞ୍ଚଳ କୋମନା ରେଞ୍ଜ ଦେଓଦରା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶିକାରୀମାନେ ଦେଓଧରା ପାଟିଡ଼ଙ୍ଗର ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ। ହେଲେ ବିଦ୍ୟୁତ୍‌ ତାରରେ ଲାଗି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ସକାଳେ ୪ ଜଣ ଶିକାରୀ ମୃତବାଘକୁ ଜଙ୍ଗଲର ଏକ ନାଳ ପାଖରେ ଖଣ୍ଡଖଣ୍ଡ କରି କାଟିଥିଲେ। ଅଧାମାଂସକୁ ଭୋଜି କରି ଖାଇଥିଲେ। ଅବଶିଷ୍ଟ ମାଂସ ସହ ମୁଣ୍ଡ, ଗୋଡ଼ ଓ ଛାଲ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ୍‌ ଖାନଙ୍କ ନେତୃତ୍ବରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ସୋମବାର ରାତିରେ ଦେଓଧରା ଗାଁରେ ଚଢ଼ଉ କରି ଗାଁର ପୁସ୍ତମ ଚିନ୍ଦା (୫୮) ଓ ହୃଷୀକେଶ ଚିନ୍ଦା (୪୦)ଙ୍କ ଘରୁ ବାଘ ମୁଣ୍ଡ, ଲାଞ୍ଜ, ଛାଲ ଓ ମାଂସ ଜବତ କରିଥିଲେ। 

ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଥିଲେ। ଶିକାର ପାଇଁ ବ୍ୟବହାର ହୋଇଥିବା ତାର ଓ ବାଘକୁ କାଟିବାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରାଯାଇଛି। ଏହା ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ଫେରାର୍‌ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଏହି ଗାଁର କେତେକ ଲୋକଙ୍କ ଘରୁ ଶୁଖିଲା ବାର୍‌ହା ଓ ସମ୍ବର ମାଂସକୁ ମଧ୍ୟ ବନ ବିଭାଗ ଜବତ କରିଛି। ଜବତ ବାଘମୁଣ୍ଡ, ଲାଞ୍ଜ ଓ ମାଂସକୁ ବନ ବିଭାଗ ପୋତି ଦେଇଥିବା ବନଖଣ୍ଡ ଅଧିକାରୀ ଅଜିଜ୍‌ ଖାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe