ଦେଢ଼ଶାଶୂଙ୍କୁ ଭିଡ଼ିଓ କଲ କରି ତାମିଲନାଡ଼ୁରେ ଶ୍ରମିକଙ୍କୁ ହତ୍ୟା

ବ୍ରହ୍ମପୁରରେ ବସ୍‌ ହକର୍‌ଙ୍କୁ ହତ୍ୟା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡ଼ବା ଥାନା ଅଧୀନ ବାରିଆଗାଁର ଶରତ ପରିଚ୍ଛାଙ୍କୁ ତାମିଲନାଡ଼ୁରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସେ ପ୍ରାୟ ଏକ ବର୍ଷ ହେବ ପରିବାର ପ୍ରତିପୋଷଣ ପାଇଁ କେରଳ ଯାଇ କାମ କରୁଥିବା ବେଳେ ସେଠାରୁ ତାମିଲନାଡ଼ୁ ଯାଇ ଦାଦନ କାମ କରୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ତାଙ୍କ ଦେଢ଼ଶାଶୂଙ୍କ ପାଖକୁ କେହି ଜଣେ ଫୋନ କରି ଭିଡିଓ କଲ୍ ରିସିଭ୍ କରିବା ପାଇଁ କହିଥିଲେ। ପରେ ଶରତଙ୍କ ଦେଢ଼ଶାଶୂ ଭିଡିଓ କଲ୍ ରିସିଭି କରିଥିଲା ବେଳେ ଏକ କୋଠରୀ ମଧ୍ୟରେ ଶରତଙ୍କୁ ପୁରାଇ ମାଡ଼ ମରାଯାଉଥିବା ସେ ଦେଖିବାକୁ ପାଇଥିଲେ।

ପରେ କଲଟି କଟିଯାଇଥିଲା। ଆଉ ଉକ୍ତ ନମ୍ବରକୁ ଦେଢ଼ ଶାଶୂ ଯେତେ କଲ୍ କରିଥିଲେ ମଧ୍ୟ କେହି ଉତ୍ତର ଦେଇନଥିଲେ। ଆଜି ଶରତଙ୍କ ମୃତ ଶରୀରର ଫୋଟ ତାଙ୍କ ଦେଢ଼ ଶାଶୂଙ୍କ ମୋବାଇଲକୁ ଆସିଥିଲା। ଏହା ସହ କେହିଜଣେ ତାଙ୍କୁ ଫୋନ କରି ଶବ ନବ ଯଦି ନିଅ ନଚେତ ଆମେ ଏଠାରେ ପୋତି ଦେବୁ ବୋଲି କହିଥିଲେ। ଅନ୍ୟପକ୍ଷରେ ଶରତଙ୍କର ୩ଟି ପୁଅ, ଗୋଟିଏ ଝିଅଙ୍କ ସହ ପତ୍ନୀ ମିନତି ବେସାହାରା ପାଲଟିଯାଇଛନ୍ତି। ସ୍ବାମୀଙ୍କ ଶବକୁ ଫେରାଇ ଆଣିବା ସହ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ମିନତି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe