ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରଦଣ୍ଡା

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରଦଣ୍ଡା

ବଡ଼ବିଲ : ସ୍ତ୍ରୀଙ୍କୁ  କିରୋସିନ ଢାଳିବା ପରେ ନିଆଁ ଲଗାଇ ପୋଡ଼ି ମାରିଦେବା ଘଟଣାରେ ମଙ୍ଗଳବାର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୧୮ ମସିହା, ମେ ମାସ ୨୦ ତାରିଖରେ, ବଡ଼ବିଲ ଥାନା, କୋହ୍ଲୋବରପଦା ଗ୍ରାମର ରଞ୍ଜନ ଗାଗ୍ରାରାଇ ତା ସ୍ତ୍ରୀ ଜତନୀ ଗାଗରାଇକୁ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲା। ଗୁରୁତର ଅବସ୍ଥାରେ ଜତନୀକୁ ବଡ଼ବିଲ ଡାକ୍ତରଖାନାକୁ ନିଆଯାଇଥିଲେହେଁ ଚିକିତ୍ସାଧୀନ ଅବସ୍ଥାରେ ଜତନୀର ମୃତ୍ୟୁ ହୋଇଥିଲା। ଏନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ହେବାପରେ ବଡ଼ବିଲ ଥାନା କେସ ନମ୍ବର ୮୦/୨୦୧୮, ମୃତକଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ଆଧାରରେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି, ମାନ୍ୟବର ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ  ସରୋଜ କୁମାର ଦାସ ଅଭିଯୁକ୍ତ ରଞ୍ଜନ ଗାଗରାଇକୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe