The Hans India
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ସାମାନ୍ୟ କଥାକୁ ନେଇ ଦାଦାପୁଅର ଟାଙ୍ଗିଆ ଚୋଟରେ ବଡ଼ବାପା ପୁଅର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ଗ୍ରାମର ସ୍ବର୍ଗତ ମଧୁ ନାଏକଙ୍କ ପୁଅ କୁନା ନାଏକ (୩୫)ଙ୍କ ବାଡ଼ିରେ ଗତକାଲି ତାଙ୍କ ବଡ଼ବାପା ପୁଅ ରାଜନ ନାଏକ (୪୫)ଙ୍କ ବଳଦ ପଶିଥିଲା।
ବଳଦକୁ କୁନା ଏକ କାଠ ଫାଳିଆରେ ବାଡ଼େବାରୁ ରାଜନ ବିରୋଧ କରିଥିଲେ। ଏହାକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଜି ଅପରାହ୍ଣ ୪ଟା ବେଳେ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କୁନା ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ କରିବାରୁ ରାଜନଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅଭିଯୁକ୍ତ କୁନା ଫେରାର ହୋଇଯାଇଛି।
Follow Us