ପଥରରେ ଛେଚି ସଫେଇ କର୍ମଚାରୀଙ୍କୁ ହତ୍ୟା

Advertisment
ପଥରରେ ଛେଚି ସଫେଇ କର୍ମଚାରୀଙ୍କୁ ହତ୍ୟା

‌ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଆଜାଦବସ୍ତିରେ ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କରି ପଥରରେ ଛେଚି ଯୋଡ଼ା ପୌରସଂସ୍ଥାର ଜଣେ ସଫେଇ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବୁଦ୍ଧୁରାମ ସିର୍କାମୁଣ୍ଡା‌ (୪୨)।

ପୁଲିସ ସୂଚନା ଅନୁସାରେ, ସୋମବାର ସକାଳେ ବୁଦ୍ଧୁରାମଙ୍କ ସହ ପଡ଼ୋଶୀ ଶିବ ମୁଣ୍ଡାଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା। ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଶିବ ଓ ତାଙ୍କ ଭାଇ ମାସି ମୁଣ୍ଡା ବୁଦ୍ଧୁରାମଙ୍କ ଘରେ ପଶି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଶେଷର ଶିବ ଏବଂ ମାସି ଏକ ପଥର ଆଣି ବୁଦ୍ଧୁରାମଙ୍କ ମୁଣ୍ଡରେ ଛେଚି ଦେଇଥିଲେ। ଘଟଣା ସ୍ଥଳରେ ବୁଦ୍ଧୁରାମଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଦୁଇଭାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ଏ ନେଇ ଯୋଡ଼ା ଥାନାରେ କେସ୍‌ ନମ୍ବର ୧୭୦/୨୧ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe