ପ୍ରେମରୁ ହତ୍ୟା! ମାଟିତଳୁ ନାବାଳିକାର ଶବ ଉଦ୍ଧାର, ପ୍ରେମିକ ଅଟକ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ବଲାଙ୍ଗୀର/ଲାଠୋର/ତୁରେକେଲା: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଭାଲୁକୁନା ପାଟପାଣୀ ଡଙ୍ଗର ପାର୍ଶ୍ବସ୍ଥ ବାଗବିନ୍ଧାକଟା ନିକଟରୁ ପୁଲିସ ମାଟିତଳୁ ଜଣେ ନାବାଳିକାଙ୍କ ଶବ ଉଦ୍ଧାର କରିଛି। ନାବାଳିକା ଜଣକ ଖର୍ଲି ଗାଁର ପ୍ରସନ୍ନ ଭଇଁସାଲଙ୍କ ଝିଅ ଭୂମିସୁତା ଭଇଁସାଲ (୧୫ବର୍ଷ) ବୋଲି ଜଣାପଡ଼ିଛି। ପ୍ରେମ ସଂପର୍କରୁ ଭୂମିସୁତାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ମାଟି ତଳେ ପୋତିଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାସ୍ଥଳକୁ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ଓ ପୁଲିସ ଟିମ୍‌ ଯାଇ ତଦନ୍ତ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ ୨୫ ତାରିଖ ଭୂମିସୁତା ହଠାତ୍‌ କୁଆଡ଼େ ବିଳମ୍ବିତ ରାତିରେ ଚାଲିଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କଲା ପରେ ବି ପାଇନଥିଲେ। ଗାଁର ଜଣେ ନାବାଳକ ସହ ଭୂମିସୁତାଙ୍କ ପ୍ରେମ ସଂପର୍କ ରହିଥିଲା। ତା ସହ ଭୂମିସୁତା ଚାଲିଯାଇଥିବା ପରିବାର ଲୋକ ସନ୍ଦେହ କରିବା ସହ ୨୭ ତାରିଖ ତୁରେକେଲା ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। ପୁଲିସ ଗତକାଲି ଉକ୍ତ ନାବାଳକକୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରିଥିଲା। ଶନିବାର ବଲାଙ୍ଗୀର ଏସ୍‌ପିଙ୍କ ସହ ତୁରେକେଲା ଥାନାଧିକାରୀ, କଣ୍ଟାବାଞ୍ଜି ଥାନାଧିକାରୀ, ଲାଠୋର ଥାନାଧିକାରୀଙ୍କ ଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଖର୍ଲି ଗାଁ ନିକଟ ଭାଲୁକୁନାକୁ ପହଞ୍ଚିଥିଲେ। ପୋତାଯାଇଥିବା ସ୍ଥାନରୁ ନାବାଳିକାଙ୍କ ଗଳିତ ଶବକୁ ପୁଲିସ ଉଦ୍ଧାର କରିଥିଲା। ସାଇଣ୍ଟିଫିକ ଟିମ ବି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଅନ୍ୟପଟେ ଖର୍ଲି ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମୃତ ନାବାଳିକା ଭୂମିସୁତା ଦଶମ ଶ୍ରେଣୀରେ ପାଠ ପଢୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe