ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା! ଦେହରେ ମାଡ଼ଦାଗ, ଏକାଧିକ କ୍ଷତ ଚିହ୍ନ

Advertisment

ପରିବାରର ଅଭିଯୋଗ: ପିଟିପିଟି ମାରିଛନ୍ତି, କେନ୍ଦ୍ର ପରିଚାଳକଙ୍କୁ ଉଠାଇଆଣିଲା ପୁଲିସ

ପରିବାରର ଅଭିଯୋଗ: ପିଟିପିଟି ମାରିଛନ୍ତି, କେନ୍ଦ୍ର ପରିଚାଳକଙ୍କୁ ଉଠାଇଆଣିଲା ପୁଲିସ

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା! ଦେହରେ ମାଡ଼ଦାଗ, ଏକାଧିକ କ୍ଷତ ଚିହ୍ନ

ଭଦ୍ରକ/ଭଣ୍ଡାରିପୋଖରୀ/ ଧାମନଗର: ନିଶା ଛଡ଼ାଇବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ। ହେଲେ ସନ୍ଦିଗ୍ଧ ଅବସ୍ଥାରେ ଯୁବକଙ୍କର କ୍ଷତାକ୍ତ ମୃତଦେହ ମିଳିଛି। ଶରୀରରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ଭଦ୍ରକ ଧାମନଗର ଥାନା ଚିଙ୍ଗୁଡ଼ିପୁରଠାରେ ଥିବା ‘ବାସ୍ତବ’ ନିଶା ନିବାରଣ କେନ୍ଦ୍ରରେ ପ୍ରାଣ ହରାଇଥିବା ଏହି ଯୁବକଜଣକ ହେଲେ ଯାଜପୁର ସଦର ଥାନା ମହେଶ୍ବରପୁର ପଞ୍ଚାୟତ ବ୍ରାହ୍ମଣବଛପୁର ଗ୍ରାମର ହରିହର ପରିଡ଼ାଙ୍କ ପୁଅ କେଦାର ପରିଡ଼ା (୩୨।

ପରିବାର ଲୋକଙ୍କ କହିବା ମୁତାବକ, କେଦାର ସଦାସର୍ବଦା ନିଶାଗ୍ରସ୍ତ ରହୁଥିଲେ। ନିଶା ଅଭ୍ୟାସ ଛଡ଼ାଇବାକୁ ପରିବାର​ ଲୋକ ତାଙ୍କୁ ଆଣି ଗତ ୪ ତାରିଖରେ ‘ବାସ୍ତବ’ରେ ଛାଡ଼ି ଯାଇଥିଲେ। ମାତ୍ର, ଗତକାଲି ସନ୍ଧ୍ୟା ୫ଟା ବେଳେ କେଦାର ଅସୁସ୍ଥ ହୋଇ ପଡ଼ିଥିବା ନେଇ ନିଶା ନିବାରଣ କେନ୍ଦ୍ରରୁ ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା। ଏହାର କିଛିସମୟ ପରେ ତାଙ୍କ ଦେହ କୁଆଡ଼େ ଅଧିକ ବିଗିଡ଼ି ଯାଇଥିଲା। ଗୋଡ଼ହାତ ଅଚଳ ହୋଇଯିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ। ହେଲେ, କେଦାରଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଦାଗ ଓ ଗଭୀର କ୍ଷତ ହୋଇଥିବା ଦେଖି ସନ୍ଦେହ ପ୍ରକଟ କରିଥିଲେ।
ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଲା ବେଳେ କେଦାର ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ୩୨ ବର୍ଷର ସୁସ୍ଥସବଳ ଭେଣ୍ଡିଆ ପୁଅର ଆକସ୍ମିକ ମୃତ୍ୟୁକୁ ଘର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। କେଦାରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ସୁଦର୍ଶନ ପରିଡ଼ା ଧାମନଗର ଥାନାରେ ଅଭିଯୋଗ କରିବା ପରେ ଏସ୍‌ଡିପିଓ ରମେଶ ଚନ୍ଦ୍ର ସିଂ ଓ ଥାନା ଅଧିକାରୀ ଆଜି ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏଥିସହିତ କେନ୍ଦ୍ର ପରିଚାଳକ ନିରଞ୍ଜନ ସାହୁଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏ ସଂକ୍ରାନ୍ତରେ କେସ୍‌ ନଂ ୨୨/୨୪ରେ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe