ପ୍ରାୟଶ୍ଚିତ କଲେ କଂସ ମହାରାଜ: ମହାପ୍ରଭୁଙ୍କ ଦର୍ଶନ କରି କ୍ଷମା ମାଗିଲେ,

କଂସବଧ ସହ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଯବନିକା ପଡ଼ିଛି। ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ନିଧନ ପରେ ଏହି ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ଆଜି ପବିତ୍ର ମକର....

gdjdgjjgd

ପୁରୀ: କଂସବଧ ସହ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଯବନିକା ପଡ଼ିଛି। ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ନିଧନ ପରେ ଏହି ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ଆଜି ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀକ୍ଷେତ୍ରରେ ପହଞ୍ଚି ନିଜ ପାପର ପ୍ରାୟଶ୍ଚିତ କରିଛନ୍ତି। ତୀର୍ଥରାଜ ମହୋଦଧିରେ ବୁଡ଼ ପକାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କଂସ ଭୂମିକାରେ ଅଭିନୟ ସମୟରେ ମହାପ୍ରଭୁଙ୍କୁ ଅପମାନିତ କଲାଭଳି ଶବ୍ଦ ତୁଣ୍ଡରେ ଉଚ୍ଚାରଣ କରି ଯେଉଁ ପାପ କରିଥିଲେ, ସେଥିରୁ କ୍ଷମାଦେବାକୁ ବିନତି କରିଛନ୍ତି।

 ଏଥିସହ ଗୋବର୍ଦ୍ଧନ ମଠକୁ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଅଭିନୟ ସମୟରେ ଦେବଦେବୀଙ୍କ ପ୍ରତି ଅନେକ କଟୁ ମନ୍ତବ୍ୟ ଦେଇଥିବାରୁ ମହାପ୍ରଭୁଙ୍କ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଛନ୍ତି। ଅଭିନୟ ପରେ ସେ ନିଜ ମନରୁ କଂସ ଭାବନାକୁ ଦୂରେଇ ଶ୍ରୀଜଗନ୍ନାଥଙ୍କ ଶରଣ ନେଇଛନ୍ତି। ଆଜି ଭଳି ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ସୌଭାଗ୍ୟ ମଣିଛନ୍ତି। ଆଗକୁ ବି ମହାପ୍ରଭୁ ତାଙ୍କ ଉପରେ ଏହି ଆଶୀର୍ବାଦ ରଖିଥାନ୍ତୁ ଏବଂ କଂସ ଭୂମିକାରେ ଅଭିନୟ କରିବାର ଏଭଳି ସୁଯୋଗ ମିଳୁ ବୋଲି ମହାପ୍ରଭୁଙ୍କ ନିକଟରେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe