୧୪ ଫୁଟ ଲମ୍ବ ଅହିରାଜ ଉଦ୍ଧାର

Advertisment
୧୪ ଫୁଟ ଲମ୍ବ ଅହିରାଜ ଉଦ୍ଧାର

ରାଜନଗର : ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁରେ ନିରାକାର ବେହେରାଙ୍କ ଘର ସାମ୍ନାରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଏହି ଗାଁର ନିରାକାରଙ୍କ ଘର ସାମ୍ନାରେ ଆଜି ଦିନ ପ୍ରାୟ ୨ଟା ବେଳେ ବିରାଟକାୟ ଅହିରାଜକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ଖବରପାଇ ଫରେଷ୍ଟର ବିଜୟ କୁମାର ପାତ୍ର, ବନକର୍ମଚାରୀ ଯଶୋବନ୍ତ ବେହେରା, ଭାଗିରଥି ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ସାପଟି ଏକ ଗାତ ମଧ୍ୟକୁ ପଶିଯାଇଥିଲା। କୌଶଳ କ୍ରମେ ଅହିରାଜକୁୁ ଉଦ୍ଧାର କରାଯାଇ ଭିତରକନିକା ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe