ସରକାରଙ୍କ ସ୍ୱତନ୍ତ୍ର କୃଷି ନୀତିରେ କିଛି ନୂତନତା ନାହିଁ: କିଷାନ କଂଗ୍ରେସ

Advertisment
ଫସଲର ବୀମା କରିବାକୁ ଚାଷୀଙ୍କୁ ସଚେତନ କରାଅ: ମୁଖ୍ୟ ସଚିବ

thebetterindia.com

ଭୁବନେଶ୍ବର : ରାଜ୍ୟ ସରକାରଙ୍କ କୃଷି ନୀତି-୨୦୨୦ରେ କିଛି ନୂତନତା ନାହିଁ। ଏହା କେବଳ ବିଜେଡି ସରକାରର ଏକ ନାମ ବଦଳ ଚିରାଚରିତ ଘୋଷଣା। କୃଷି ନୀତି 'ସମୃଦ୍ଧି'କୁ ନେଇ ଏପରି ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ। ବର୍ତ୍ତମାନ ସମଗ୍ର ରାଜ୍ୟରେ ୬୧ ଲକ୍ଷ ହେକ୍ଟର ଚାଷ ଜମିରୁ ପ୍ରାୟ ୧୫ ଲକ୍ଷ ହେକ୍ଟର ପଡ଼ିଆ ପଡ଼ିଛି। ପ୍ରତିବର୍ଷ ରାଜ୍ୟରୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଚାଷ ଛାଡ଼ି ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଉଛନ୍ତି। ଚାଷୀଙ୍କ ଆର୍ଥିକ ବିକାଶ କରିବା ଲାଗି ଯଦି ସରକାରଙ୍କର ଆନ୍ତରିକତା ଅଛି ତା ହେଲେ ଚାଷୀ ସଂଗଠନ, ବୈଜ୍ଞାନିକଙ୍କ ସହ ପରାମର୍ଶ କରି ପୁଣି ଥରେ ସଂଶୋଧିତ କୃଷି ନୀତି ପ୍ରସ୍ତୁତ କରିବାକୁ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଆହ୍ବାନ କରିଛନ୍ତି। ଗତ ମଙ୍ଗଳବାର ସ୍ବତନ୍ତ କୃଷି ନୀତି-୨୦୨୦କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe