ଭୁବନେଶ୍ବର : ଆସନ୍ତାକାଲି ଅଖିଳ ଭାରତ କିଷାନ କ୍ଷେତ ମଜଦୁର କ˚ଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ସ˚ସଦ ମାର୍ଗରେ କିଷାନ ରୢାଲି ଓ ପାର୍ଲାମେଣ୍ଟ ଘେରାଉ କରାଯିବ। ଏଥିପାଇଁ ରାଜ୍ୟରୁ ଶତାଧିକ ଚାଷୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଅବସରରେ ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ ତିତଲି ପ୍ରଭାବିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ୍ ସହିତ ପ୍ରତି ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ ଦାବି ରହିବ। ଆଜି ଏ ନେଇ ରାଜ୍ୟ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।
ଆଜି କିଷାନ କଂଗ୍ରେସର ସଂସଦ ଘେରାଉ
Advertisment
Follow Us