ୟୁକ୍ରେନ୍‌‌ରୁ ସୁରକ୍ଷିତ ଫେରିଲେ କିସନ୍‌

Advertisment
ୟୁକ୍ରେନ୍‌‌ରୁ ସୁରକ୍ଷିତ ଫେରିଲେ କିସନ୍‌

ବରଗଡ଼: ୟୁକ୍ରେନ୍‌ ଉପରେ ଋଷ ଆକ୍ରମଣ ଜାରି ରଖିଥିବାବେଳେ ସେଠାରେ ବରଗଡ଼ ସହରର ଛାତ୍ର କିସନଚନ୍ଦ୍ର ପଣ୍ଡା(୨୪) ଫସି ରହିଥିଲେ। ମଂଗଳବାର ଅପରାହ୍ଣରେ ସେ ସୁରକ୍ଷିତ ଭାବେ ନିଜ ଘରକୁ ବାହୁଡ଼ିଛନ୍ତି।  ସେ ୟୁକ୍ରେନ୍‌ ଯାଇ ଖାର୍‌କିଭ୍‌ ନେସନାଲ୍‌ ମେଡିକାଲ୍‌ ବିଶ୍ବବିଦ୍ୟାଳୟରେ ତୃତୀୟ ବର୍ଷ ମେଡିକା‌ଲ୍‌ ଛାତ୍ର ଥିଲେ।

ଯୁଦ୍ଧ ପରେ କିସନ ଏବଂ ତାଙ୍କ ସହପାଠୀମାନଙ୍କୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଗୋଟିଏ ଅଡିଟୋରିୟମ୍‌ରେ ଲୁଚାଇ ରଖିଥିଲେ। କଷ୍ଟେ ମଷ୍ଟେ ଖାଇବାକୁ ମିଳୁଥିଲା। ଯୁଦ୍ଧ ବଳୟ ଭିତରେ ସେ କୌଣସି ପ୍ରକାରେ ପ୍ରାୟ ୧୫ କିଲୋମିଟର ଚାଲି ରୋମାନିଆ ସୀମାକୁ ପହଂଚିବାରେ ସଫଳ ହୋଇଥିଲେ। ସେଠା‌ରୁ ସ୍ବତନ୍ତ୍ର ବିମାନରେ ଅନ୍ୟ ଭାରତୀୟଙ୍କ ସହିତ ନୂଆଦିଲ୍ଲୀ ପହଂଚିଥିଲେ। ସେଠାରୁ ପୁଣି ବିମାନରେ ସେ ଝାରସୁଗୁଡ଼ା ଅାସି ସଡ଼କ ପଥରେ ଘରେ ପହଂଚିଥିଲେ। ତାଙ୍କୁ  ପିତା ସନ୍ୟାସୀ ପଣ୍ଡା, ମା’ ମିତା ମହାପାତ୍ରଙ୍କ ସମେତ ଅନ୍ୟ ପରିବାରବର୍ଗ ସ୍ବାଗତ କରିଥିଲେ। ନିଜ ମାଟିରେ ପହଂଚି ଏବେ କିସନ ବେଶ୍‌ ଆଶ୍ବସ୍ତ ଏବଂ ଖୁସି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe