କିସ୍‌ରେ ଆଦିମ ଜନଜାତି ପିଲାଙ୍କ ସଫଳତା

Advertisment
କିସ୍‌ରେ ଆଦିମ ଜନଜାତି ପିଲାଙ୍କ ସଫଳତା

ଚନ୍ଦ୍ରଶେଖରପୁର : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ୍‌ ସାଇନ୍‌ସେସ୍‌(କିସ୍‌)ରେ ପଢ଼ୁଥିବା ଆଦିମ ଜନଜାତିର ଦୁଇ ଜଣ ଛାତ୍ର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ଡଙ୍ଗରିଆ କନ୍ଧ ଛାତ୍ର ଯୋଗେଶ କାଡରାକା ଓ ସୁଆଙ୍ଗ ଜନଜାତିର ଛାତ୍ର ଦେବରାଜ ମାଝି। ଉଭୟ ୯୦ ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡ୍‌ ହାସଲ କରିଥିବାବେଳେ କିସ୍‌ରେ ମଧ୍ୟ ଯୁଗ୍ମ ଟପ୍ପର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେହିଭଳି ଚଳିତ ବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୪ଶହ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ସୂଚନାନୁସାରେ ଚଳିତ ବର୍ଷ ଏହି ବିଦ୍ୟାଳୟରୁ ମୋଟ୍‌ ୧୯୧୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ଓ ପାସ୍‌ ହାର ୯୮ ପ୍ରତିଶତ ହୋଇଛି। ଏହା ସମଗ୍ର ରାଜ୍ୟରେ ପାସ୍‌ ହାର ୭୮.୭୬ ପ୍ରତିଶତ ଠାରୁ ବେଶ୍‌ ଅଧିକ ରହିଛି। ବଡ଼ କଥା ହେଉଛି ଏହି ଅନୁଷ୍ଠାନର ୩୫୦ ଜଣ ଛାତ୍ରଛାତ୍ରୀ ମଧ୍ୟ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୨୦୦୦ ରୁ ୨୦୨୦ ଦୀର୍ଘ ୨୧ ବର୍ଷ ଧରି ଲଗାତରଭାବେ କିସ୍‌ ଛାତ୍ରଛାତ୍ରୀମାନଙ୍କ ସଫଳତା ହାର ବେଶ୍ ଭଲ ରହିଆସୁଛି। ତେଣୁ ଚଳିତ ବର୍ଷ କିସ୍‌ର ଏହି ଫଳାଫଳକୁ ନେଇ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଧନ୍ୟବା‌ଦ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe