KMBB Public School: କେଏମ୍‌ବିବି ପବ୍ଲିକ୍ ସ୍କୁଲ୍‌ର ବାର୍ଷିକ ଉତ୍ସବ ‘ଉମଙ୍ଗ’: ‘ଏ ଅନୁଷ୍ଠାନ ଦିନେ ମହାଦ୍ରୁମ ହେବ’

Advertisment

ବାରଙ୍ଗ ନରଣପୁରସ୍ଥିତ କେଏମ୍‌ବିବି ପବ୍ଲିକ୍ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ‘ଉମଙ୍ଗ-୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ

ବାରଙ୍ଗ ନରଣପୁରସ୍ଥିତ କେଏମ୍‌ବିବି ପବ୍ଲିକ୍ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ‘ଉମଙ୍ଗ-୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ

gdagdzcvvczvc

ବାରଙ୍ଗ: ବାରଙ୍ଗ ନରଣପୁରସ୍ଥିତ କେଏମ୍‌ବିବି ପବ୍ଲିକ୍ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ‘ଉମଙ୍ଗ-୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦିକା ତନୟା ପଟ୍ଟନାୟକ, ‘ସମ୍ବାଦ’ ଶିକ୍ଷା ସମୂହର ନିର୍ଦ୍ଦେଶକ ଡ. ବିଜୁନି ଚରଣ ସୂତାର ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ତ୍ରିପାଠୀ ମାତ୍ର ଦୁଇ ବର୍ଷର ବିଦ୍ୟାଳୟ ଓ ଏହାର ଶୈକ୍ଷିକ ପରିବେଶର ଉନ୍ନତିକୁ ପ୍ରଶଂସା କରିବା ସହ ପ୍ରତିଷ୍ଠାତା ଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଶ୍ରୀ ପଟ୍ଟନାୟକ ଅନେକ ଜିନହିତକର କାର୍ଯ୍ୟ କରି ସଫଳ ହୋଇଛନ୍ତି। ଏ ଅନୁଷ୍ଠାନ ମଧ୍ୟ ଦିନେ ମହାଦ୍ରୁମରେ ପରିଣତ ହେବ। 

Road accident: ସଡ଼କ ଦୁର୍ଘଟଣାରେ କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ

‘ସମ୍ବାଦ ଓ କନକ ନ୍ୟୁଜ୍‌’ ସମ୍ପାଦିକା ତନୟା ପଟ୍ଟନାୟକ ଅଭିଭାବକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଅନୁଷ୍ଠାନ ପ୍ରତି ଆପଣମାନଙ୍କ ଅତୁଟ ବିଶ୍ୱାସ ହିଁ ପିଲାଙ୍କ ଭବିଷ୍ୟତ ନେଇ ଦୃଢ଼ ମୂଳଦୁଆ ପକାଇବାରେ ସହାୟକ ହେବ। ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏ ଅନୁଷ୍ଠାନ ପିଲାମାନଙ୍କ ଦ୍ୱିତୀୟ ଘର। ଏଠାକୁ ଆସିଥିବା ପିଲାଙ୍କ ଦାୟିତ୍ୱ ଅନୁଷ୍ଠାନର। ଆମ ଉପରେ ବିଶ୍ୱାସ ରଖି ସହଯୋଗ କରନ୍ତୁ ଓ ପିଲାଙ୍କ ଭବିଷ୍ୟତ ଗଢ଼ନ୍ତୁ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସଂଯୋଜିକା ଗାୟତ୍ରୀ ମହାନ୍ତିଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କେଏମ୍‌ବିବି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ସୁକାନ୍ତ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ। କେଏମ୍‌ବିବି ପବ୍ଲିକ୍ ସ୍କୁଲ୍‌ କ୍ୟାମ୍ପସ-୨ର ସଂଯୋଜିକା ପ୍ରିୟଙ୍କା ଜେନା ଧନ୍ୟବାଦ ଦେଇଥିଲେ। ଶିକ୍ଷୟିତ୍ରୀ ରାଧାରାଣୀ ସାମନ୍ତରାୟଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe