ମହିଳାଙ୍କୁ ଛୁରା ଭୁସିଲେ ଯୁବକ

Advertisment
ସାଙ୍ଗକୁ ଛୁରି ଭୁସିଲା ସାଙ୍ଗ, ବାହାରି ପଡ଼ିଲା ଅନ୍ତବୁଜୁଳା

The Financial Express

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଘଟିଯାଇଛି ଅଭାବନୀୟ ଘଟଣା। ବିଧବା ମହିଳାଙ୍କୁ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୯ଟା ହେବ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ପଡୋଶୀ ବିଧବା ମହିଳା ଲକ୍ଷ୍ମୀ ସାହୁଙ୍କୁ ଛୁରା ମାଡ଼ କରିଥିଲେ। ମହିଳାଙ୍କ ମୁଣ୍ଡ, ପିଠି ଓ ହାତରେ ଛୁରା ମାଡ଼ କରିଛି। ଗୁରୁତର ଆହତ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ମହିଳା ଜଣଙ୍କ ଏବେ ତେଲକୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆସନ୍ତାକାଲି ସଂପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe