ଜମିବାଡ଼ିକୁ କେନ୍ଦ୍ର କରି ଛୁରାମାଡ଼; ଜଣେ ଗୁରୁତର, ଆକ୍ରମଣକାରୀଙ୍କ ଥାନାରେ ଆତ୍ମସମର୍ପଣ 

Advertisment
ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ତଥା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଂଚାୟତ ଅନ୍ତର୍ଗତ ବାଦିଗୁଡା ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଛୁରାମାଡ଼ରେ ଜଣେ ଗୁରୁତର ହୋଇଥୁବା ଜଣାପଡିଛି। ଗୁରୁତର ଜଣଙ୍କ ବାଦିଗୁଡା ଗ୍ରାମର କମଳୁ ଗୌଡ଼ (୫୦) ବୋଲି ଜଣାପଡିଛି। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁରକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଶଙ୍କଟାପନ ଥୁବାରୁ କୋରାପୁଟ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଛୁରା ମାଡ କରିଥୁବା ଦଶରଥ ଗୌଡ଼ ତେନ୍ତୁଳିଖୁଣ୍ଟି ଥାନାରେ ଆତ୍ମ ସମର୍ପଣ କରିଥୁବା ପୁଲିସ ପକ୍ଷରୁ ସୂଚନା ମିଳିଛି।

କମଳୁ ଗୌଡ଼ଙ୍କ ଭାଇ ଧନପତି ଗୌଡ଼ ଏନେଇଁ ଆଜି ତେନ୍ତୁଳିଖୁଣ୍ଟି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।  ଧନପତିଙ୍କ ଏତଲା ପ୍ରକାରେ କମଳୁ ଆଜି ସକାଳ ୭ ଘଣ୍ଟା ସମୟରେ ନିକଟସ୍ଥ ମକା ବାଡ଼କୁ ଯାଇଥିଲେ। ଏହି ସମୟରେ ଦଶରଥ ଗୌଡ଼ ଆସି କମଳୁଙ୍କ ଛାତିରେ ଛୁରା ମାଡ କରିଥଲେ। ଛୁରାମାଡ଼ରେ କମଳୁ ଆହତ ହୋଇ ତଳେ ପଡିଯାଇଥିଲେ। ପରିବାର ତଥା ସାହି ପଡିଶାଙ୍କ ସହଯୋଗରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମଳୁଙ୍କୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। କମଳୁଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଏବଂ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଜମିବାଡ଼ିକୁ କେନ୍ଦ୍ର କରି କମଳୁଙ୍କୁ ଛୁରା ମାଡ଼ ହୋଇଥୁବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥୁବା ସୂଚନା ଦେଇଛି। ଆଇଆଇସି ଉମେଶ ନାୟକ କେଶର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe