ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ହାଟଡିହି/ଆନନ୍ଦପୁର : ଆନନ୍ଦପୁର-ଭଦ୍ରକ ରାସ୍ତାର ଚୋରଗଡ଼ିଆ ଛକରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ହାଟଡିହି ବ୍ଲକ୍‌ ଅକରୁଆ ପଞ୍ଚାୟତ ଘୋଷରାପଦା ଗ୍ରାମର ଶିଶିର ମହାନ୍ତିଙ୍କ ସହ ସେହି ଗ୍ରାମର ରାଜୁ ଜେନାଙ୍କ ନିୟମିତ ଝଗଡ଼ା ହେଉଥିଲା। ଶିଶିର ଏନେଇ ୭ଦିନ ତଳେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲା। ପୁଲିସ ଦୁଇଦିନ ତଳେ ରାଜୁକୁ ଥାନାକୁ ଡାକି ବୁଝାସୁଝା କରିଥିଲା। ରବିବାର ରାତି ୮ଟା ସମୟରେ ଶିଶିରଙ୍କ ପୁଅ ମନୋଜ ଛେନାପଦି ଛକରୁ ଘରକୁ ଫେରୁଥିବା ସମୟରେ ଚୋରଗଡ଼ିଆ ଛକ ନିକଟରେ ରାଜୁ ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲା। ମନୋଜଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe