କୋଏଲ ସେତୁ ପାଇଁ ମାଟି ପରୀକ୍ଷା ଆରମ୍ଭ : ଡିଏମ୍‌ଏଫ ପାଣ୍ଠିରୁ ୨୩ କୋଟି ମଂଜୁର

କୋଏଲ ସେତୁ ପାଇଁ ମାଟି ପରୀକ୍ଷା ଆରମ୍ଭ : ଡିଏମ୍‌ଏଫ ପାଣ୍ଠିରୁ ୨୩ କୋଟି ମଂଜୁର

ରାଉରକେଲା : ରାଉରକେଲା-କୁଆରମୁଣ୍ଡା କୋଏଲ ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ସେତୁର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ପିଡବ୍ଲୁଡିକୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ପାଇବା ପରେ ଆଜିଠାରୁ ମାଟି ପରୀକ୍ଷା ଆରମ୍ଭ ହୋଇଛି। ଯଦି ସବୁ ଠିକ୍ ରହେ, ତେବେ ଡିସେମ୍ବର ସୁଦ୍ଧା ଟେଣ୍ଡର ହୋଇ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ଜାନୁଆରୀ ୨୯ ତାରିଖ ଦିନ କୁଆରମୁଣ୍ତା ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ କୁଆରମୁଣ୍ତା ନାଗରିକ କମିଟି ପକ୍ଷରୁ ଜମୁନାନାକି ଠାରେ କୋଏଲ ନଦୀ ଉପରେ ଆଉ ଏକ ସେତୁ ନିର୍ମାଣ ପାଇଁ ଦାବି କରାଯାଇଥିଲା। ସେତୁ ନିର୍ମାଣ ପାଇଁ ପିଡବ୍ଲୁଡି ସର୍ଭେ କରି ରିପୋର୍ଟ ଦେବା ପରେ ଜିଲ୍ଲାପାଳ ୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର ହୋଇଛି। ନଦୀ ଭିତରେ ମୋଟ ୩ଶହ ମିଟର ସେତୁ ନିର୍ମାଣ ହେବାକୁ ଥିବା ବେଳେ କୁଆରମୁଣ୍ଡା ପାର୍ଶ୍ବକୁ ୩ଶହ ମିଟର ଏବଂ ରାଉରକେଲା ପାର୍ଶ୍ବକୁ ପ୍ରାୟ ୧୨ଶହ ମିଟର ‘ଆ‌େପ୍ରାଚ୍’ ରାସ୍ତା ତିଆରି ହେବ। ସେତୁ ଠାରୁ ରାଉରକେଲା ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ରାସ୍ତା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe