କୋଇଡ଼ା ବିଡିଓଙ୍କ ବଦଳି ଦାବିରେ ଅର୍ଥନୈତିକ ଅବରୋଧ: ରେଳ ସାଇଡିଂ ସହ ସମ୍ପୂର୍ଣ୍ଣ ଖଣି ଓ ପରିବହନ ଠପ୍ 

Advertisment

ଆନ୍ଦୋଳନରେ ସାମିଲ୍‌ ହେଲେ ବିଧାୟକ, ବ୍ଲକ୍‌ ଅଧ୍ୟକ୍ଷ

ଆନ୍ଦୋଳନରେ ସାମିଲ୍‌ ହେଲେ ବିଧାୟକ, ବ୍ଲକ୍‌ ଅଧ୍ୟକ୍ଷ

କୋଇଡ଼ା ବିଡିଓଙ୍କ ବଦଳି ଦାବିରେ ଅର୍ଥନୈତିକ ଅବରୋଧ: ରେଳ ସାଇଡିଂ ସହ ସମ୍ପୂର୍ଣ୍ଣ ଖଣି ଓ ପରିବହନ ଠପ୍ 

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବିଡିଓଙ୍କ ବଦଳିକୁ ନେଇ ୮ ଦିନ ଧରି ସ୍ଥାନୀୟ ଅଞ୍ଚଳଠାରୁ ବିଧାନସଭା ଯାଏ ହୁଲସ୍ତୁଲ ହେବାପରେ ବି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏହାକୁ ନେଇ ସିପିଆଇଏମ୍‌ ପକ୍ଷରୁ କୋଇଡ଼ାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଓ ବନ୍ଦ ପାଳନ କରାଯାଇଛି। ଏହାଫଳରେ କୋଇଡ଼ା ଅଞ୍ଚଳରେ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ବନ୍ଦ ଯୋଗୁ ସମସ୍ତ ଖଣି, ଖଣି ପରିବହନ, ରାଜରାସ୍ତା, ଜାତୀୟ ରାଜପଥ, ସରକାରୀ କାର୍ଯ୍ୟାଳୟ, ଚାରିଗୋଟି ରେଳସାଇଡିଂ ଯଥା ରେଞ୍ଜଡ଼ା, ବିମଳାଗଡ଼, ରକ୍ସି, ପାଟାସାହି ପ୍ରମୁଖ ବନ୍ଦ କରିବାସହ ରେଳରୋକ ମଧ୍ୟ କରିଥିଲେ। କୋଇଡ଼ା ବ୍ଲକ୍ ମୁଖ୍ୟ ଖଣି ପରିବହନ ଛକ ଯଥା ରେଙ୍ଗାଲବେଡ଼ା, କାଶୀରା, କୋଇଡ଼ା, ନାରାୟଣପୋଷ, କାଲଟା, ତୋଡ଼ା, ଜାମୁଡିହି, ରକ୍ସି, କେ ବଲାଙ୍ଗ, ବିମଳାଗଡ଼, ଗୋପନା ପ୍ରମୁଖ ଛକ ଓ ରାଜରାସ୍ତାରେ ସିପିଆଇଏମ କର୍ମୀମାନେ ପୋଷ୍ଟର, ବ୍ୟାନର ଓ ଦଳୀୟ ପତାକା ଧରି ଅବରୋଧ କରିଥିଲେ। ଫଳସ୍ୱରୂପ ଖଣି ଅଞ୍ଚଳରେ ଦୈନିକ ଖଣି କଞ୍ଚାମାଲ୍ ପରିବହନ କରୁଥିବା ହଜାର ହଜାର ଟ୍ରକ୍‌ ଓ ଟିପର ରାସ୍ତାରେ ଛିଡ଼ା ହୋଇରହିଥିଲା।

ଅନ୍ୟପକ୍ଷରେ, ରେଳ ସାଇଡିଂମାନଙ୍କରେ ରେଳ ଚଳାଚଳ ମଧ୍ୟ ଠପ୍ ରହିଥିଲା। ଖଣି ରାଜଧାନୀ କୋଇଡ଼ାରେ ବନ୍ଦ ପ୍ରଭାବରେ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହାନି ହୋଇଥିବା ଅନୁମାନ କରାଯାଉଛି। ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାମଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ଅଶୋକ ସାମଲ, ବାଦଲ ବାରିକ, ଜନ ଡୁଙ୍ଗଡୁଙ୍ଗ, ସୁରେଶ ମୁଦୁଲି, କେ ସି ବାରିକ, ଜିଲ୍ଲା ପରିଷଦ ସଦସ୍ୟା ସୁଶୀଳା ମୁଣ୍ଡା, ବ୍ଲକ୍ ଅଧ୍ୟକ୍ଷ ସୁରେଶ ନାଏକ, ଆନନ୍ଦ ମାସି ହର, ଲାଦୁ ମହାନ୍ତ ପ୍ରମୁଖଙ୍କ ସହ ୧୨ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ସମେତ ହଜାର ହଜାର କର୍ମୀ ଏହି ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ। ଜଣେ ବିଡିଓଙ୍କ ପାଇଁ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଜନପ୍ରତିନିଧି ଆନ୍ଦୋଳନ କରିବା ସହ ବିଧାନସଭାରେ ସରଗରମ ଆଲୋଚନା ହେବା ରାଜ୍ୟ ଇତିହାସରେ ଅଭୂତପୂର୍ବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe