ଡକାୟତି ଗ୍ୟାଙ୍ଗକୁ ଗିରଫ ପରେ କୋର୍ଟ ଚାଲାଣ

ଆଜି କୋଇଡ଼ା ପୁଲିସକୁ ମିଳିଛି ବଡ ସଫଳତା। ଏକ ଡକାୟତ ଗ୍ୟାଙ୍ଗକୁ ଠାବ କରି ୫୫୦୦ ଟଙ୍କା ନଗଦ ଜବତ କରିଛି କୋଇଡ଼ା ପୁଲିସ। ଏଥିସହ ଚାରି ଅଭିଯୁକ୍ତଙ୍କଠାରୁ ଅପରାଧ ସମୟରେ ବ୍ୟବହୃତ ଗୋଟିଏ ଏମସି ଏବଂ ଛୁରୀ ମଧ୍ୟ ଜବତ କରିଛି।

ef4ac775-05cd-4005-8d00-f7f8ce14db9f

Photograph: (Sambad.in)

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି। ଏକ ଡକାୟତ ଗ୍ୟାଙ୍ଗକୁ ଠାବ କରି ନଗଦ ୫୫୦୦ ଟଙ୍କା ଜବତ କରିଛି କୋଇଡ଼ା ପୁଲିସ। ଏଥିସହ ଚାରି ଅଭିଯୁକ୍ତଙ୍କଠାରୁ ଅପରାଧ ସମୟରେ ବ୍ୟବହୃତ ଗୋଟିଏ ଏମସି ଏବଂ ଛୁରୀ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପାଟମୁଣ୍ଡା ଅଞ୍ଚଳର ଦିଲୀପ ପାତ୍ର( ୩୧), ରୁଗୁଡି ଅଞ୍ଚଳର ଗୋବିନ୍ଦ ସୋନାର (୨୧), କେନ୍ଦୁଝର ଅଞ୍ଚଳର ଅଜୟ ନାଏକ (୨୭) ଓ ବଡବିଲ ଅଞ୍ଚଳର ସୌଭାଗ୍ୟ ନାଏକ (୧୯)।

ଏକ ଡକାୟତ ଗ୍ୟାଙ୍ଗକୁ ଠାବ କରି ନଗଦ ୫୫୦୦ ଟଙ୍କା ଜବତ କରିଛି କୋଇଡ଼ା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପାଟମୁଣ୍ଡା ଅଞ୍ଚଳର ଦିଲୀପ ପାତ୍ର( ୩୧), ରୁଗୁଡି ଅଞ୍ଚଳର ଗୋବିନ୍ଦ ସୋନାର (୨୧), କେନ୍ଦୁଝର ଅଞ୍ଚଳର ଅଜୟ ନାଏକ (୨୭) ଓ ବଡବିଲ ଅଞ୍ଚଳର ସୌଭାଗ୍ୟ ନାଏକ (୧୯)। ଆଜି କୋର୍ଟଚାଲାଣ କରିଥିବା ସୂଚନା ରହିଛି।

ପୁଲିସର ସୂଚନାନୁଯାୟୀ,  ଅଭିଯୋଗକାରୀ ନବୀନ କୁମାର ଯାଦବ ୨୩ ଅଗଷ୍ଟ ୨୦୨୫ ଦିନ ୧ ଟାରେ ପୁଲିସ ଷ୍ଟେସନରେ ହାଜର ହୋଇ ଏକ ଲିଖିତ ରିପୋର୍ଟ ଦାଖଲ କରିଥିଲେ। ସେଥିରେ ଉଲ୍ଲେଖ ଅଛି ଯେ, ୧୯ ଅଗଷ୍ଟ ୨୦୨୫ ଦିନ ପ୍ରାୟ ୧ ଟାରେ ସେ ତାଙ୍କ ହାଇୱା ଗାଡ଼ି (ପଞ୍ଜିକରଣ ନଂ ଓଡି-୧୪ଟି- ୪୦୨୬)ରେ ସନିନ୍ଦପୁର ଖଣିରୁ ଜୁରୁଡିର ବିଆଇଏଲ ସାଇଡିଂକୁ ଯାଉଥିଲେ। ଯେଉଁଥିରେ ଲୁହାପଥର ଭର୍ତ୍ତି ଥିଲା। ଯେତେବେଳେ ସେ ମାଲଦା ଜଙ୍ଗଲ ନିକଟରେ ପହଞ୍ଚିଲେ ତାଙ୍କୁ ୪ ଜଣ ଅଜଣା ବ୍ୟକ୍ତି ଅଟକାଇଲେ। ଏହି ବ୍ୟକ୍ତିମାନେ ଏକ ସିଡି ଡିଲକ୍ସ ମୋଟର ସାଇକେଲରେ (ପଞ୍ଜିକରଣ ନଂଓଡି-୦୯ଜି-୬୧୮୨)ରେ ଆସି ତାଙ୍କୁ ଛୁରୀ ଦେଖାଇ ଧମକ ଦେଇଥିଲେ। ପରେ ତାଙ୍କଠାରୁ ଗୋଟିଏ ସୁନା ପେଣ୍ଡେଣ୍ଟ, ନଗଦ ୬୦୦୦ ଟଙ୍କା ଓ ଗୋଟିଏ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ପୁଲିସ ୪ଜଣଙ୍କୁ ଗିରଫ କରିବା ପରେ ଆଜି କୋର୍ଟଚାଲାଣ କରିଥିବା ସୂଚନା ରହିଛି।

arrested | Police | Odisha | sundargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe