କରୋନା କଟକଣା ମାନିନେଲି ଶ୍ରଦ୍ଧାଳୁ, କିଓସ୍କ ଭାଙ୍ଗି ଶ୍ରୀମନ୍ଦିର ପ୍ରବେଶ କଲେ ଶତାଧିକ ଭକ୍ତ

Advertisment
କରୋନା କଟକଣା ମାନିନେଲି ଶ୍ରଦ୍ଧାଳୁ, କିଓସ୍କ ଭାଙ୍ଗି ଶ୍ରୀମନ୍ଦିର ପ୍ରବେଶ କଲେ ଶତାଧିକ ଭକ୍ତ

ପୁରୀ: କରୋନା ସଂକ୍ରମଣ ବଢ଼ିବା କାରଣରୁ ଶ୍ରୀମନ୍ଦିରରେ କଟକଣା ଆରମ୍ଭ ହୋଇଯାଇଛି। କଟକଣା ଲାଗି ସୋମବାର ଠାରୁ ସାଧାରଣ ଭକ୍ତଙ୍କ ଲାଗି ଜଗାଦର୍ଶନ ବନ୍ଦ ରହିବ। କିନ୍ତୁ ପ୍ରତି ରବିବାର ଦିନ ଜଗନ୍ନାଥ ମନ୍ଦିର ସାନିଟାଇଜ୍‌ କରାଯାଉଥିବାରୁ ଏହି ଦିିନରେ ମଧ୍ୟ ଭକ୍ତଙ୍କୁ ପ୍ରବେଶ ମନା ରହିଛି। ତେବେ କଟକଣା ଲାଗୁ ହେବା ପୂର୍ବରୁ ଆଜି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ସନ୍ଧ୍ୟା ସାଢ଼େ ୮ଟାରେ ଶ୍ରୀମନ୍ଦିରକୁ ‌ସାଧାରଣ ଭକ୍ତ ପ୍ରବେଶ ନିଷେଧ ନେଇ ଜାନୁଆରି ୭ ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା ଆସିଥିଲେ ମଧ୍ୟ ଭକ୍ତମାନେ ଏହାକୁ ଖାତିର କରି ନଥିଲେ। ଭକ୍ତମାନେ ରାତି ସାଢ଼େ ୮ଟା ପରେ ମଧ୍ୟ ବଳପୂର୍ବକ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। କିଛି ଭକ୍ତ ବଡ଼ଦାଣ୍ଡରେ ଲାଗିଥିବା କିଓସ୍କ ଭାଙ୍ଗି ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ତେବେ ଏଠାରେ ମୁତୟନ ଥିବା ପ୍ରଶାସନ ଓ ପୁଲିସ କର୍ମଚାରୀଙ୍କ ସଂଖ୍ୟା ଭକ୍ତଙ୍କ ତୁଳନାରେ କମ୍‌ ଥିବାରୁ ବିଶୃଙ୍ଖଳା ପରିସ୍ଥିିତି ସୃଷ୍ଟି ହୋଇଥିଲା

ଗାଇଡଲାଇନ୍‌ ଅନୁସାରେ ସାଧାରଣ ଭକ୍ତଙ୍କ ପାଇଁ ଆଜି ରାତି ୮ଟା ୩୦ ଯାଏଁ ଶ୍ରୀମନ୍ଦିର ଖୋଲା ରହିବା ଥିଲା। ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଥିଲା । ପୂର୍ବରୁ ରାତି ୯ଟା ୩୦ ଯାଏଁ  ଶ୍ରଦ୍ଧାଳୁମାନେ ଦର୍ଶନ କରୁଥିଲେ। ଜିଲ୍ଲା ପ୍ରଶାସନ ନାଇଟ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କରିଥିଲା। ଏନେଇ ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ସୂଚନା ଦେଇଥିଲେ।

publive-image

ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍‌ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଚଳିତ ମାସ ୧୦ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଜାନୁଆରି ୩୧ ତାରିଖ ଯାଏଁ ଶ୍ରଦ୍ଧାଳୁୁଙ୍କୁ ଶ୍ରୀମନ୍ଦିର ମନା ରହିବ। ସେବାୟତଙ୍କ ପ୍ରସ୍ତାବ କ୍ରମେ ଆଜି ପରିଚାଳନା ଓ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

କରୋନା କଟକଣା ବୃଦ୍ଧି ଯୋଗୁଁ ଗତବର୍ଷ ଓ ୨୦୨୦ରେ ମଧ୍ୟ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ କରୋନା ସଂକ୍ରମଣ ଧୀରେ ଧୀରେ କମିବା ପରେ ଶ୍ରୀମନ୍ଦିର ଉପରେ ଲାଗୁ ହୋଇଥିବା କୋଭିଡ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଥିଲା। ଗତ ବୁଧବାର ରାଜ୍ୟ ସରକାର ୨୦୨୨ ଜାନୁଆରି ମାସ ପାଇଁ ଗାଇଡଲାଇନ୍‌ ଜାରି କରିବା ପରେ ଆଜି ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଦର୍ଶନ କରିପାରିବେ। ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ହୋଇପାରିବ। କିନ୍ତୁ ରବିବାର ଦିନ ସାଧାରଣ ଦର୍ଶକଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ରୋକ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe