କୋଣାର୍କ: କୋଣାର୍କ ଅର୍ବାନ ହାଟ ହସ୍ତଶିଳ୍ପ ବଜାର ଭିତରେ କୋଲକତାର କପଡା ବ୍ୟବସାୟୀଙ୍କ  ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ ଗତ ୨୧ ତାରିଖରେ ଶୁକ୍ରବାର ସର୍ବଭାରତୀୟ ହସ୍ତଶିଳ୍ପ ଗାନ୍ଧୀ ଶିଳ୍ପ ବଜାର କୋଣାର୍କ ଅର୍ବାନହାଟ ହସ୍ତଶିଳ୍ପ  ବଜାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।  

Advertisment

ଏଥିରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୪୦ ଜଣ ବ୍ୟବସାୟୀ ଏହି ହସ୍ତଶିଳ୍ପ ବଜାରରେ ନିଜର କୁଟୀର ଶିଳ୍ପକୁ ପ୍ରଦର୍ଶିତ କରାଇଥିଲେ। ୨୮ ନମ୍ବର ଷ୍ଟଲରେ କପଡା ଦୋକାନ କରିଥିବା

ଆହୁରି ପଢ଼ନ୍ତୁ:President Droupadi Murmu: ଭୁବନେଶ୍ୱରରେ ରାଷ୍ଟ୍ରପତି

ରାତିରେ ଶୋଇ ସକାଳୁ ଉଠି ନଥିଲେ

କୋଲକତାର ମହମ୍ମଦ ମୁସ୍ତାକ (୭୩) ନାମକ ବ୍ୟକ୍ତି ଗତ ୨୬ ତାରିଖ ବୁଧବାର ରାତ୍ରିରେ ଦୋକାନ ବନ୍ଦ କରି ଶୋଇବା ପରେ ଗୁରୁବାର ସକାଳୁ ସେ ଆଉ ଉଠି ନଥିଲେ। ରାତିର ନିଦ୍ରା ଶେଷନିଦ୍ରା ପାଲଟିଥିଲା। ସାଥି ବ୍ୟବସାୟୀମାନେ କିଛି ଅଘଟଣ ଘଟିଥିବା ସନ୍ଦେହ କରି କୋଣାର୍କ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ତେବେ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବକୁ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।  କୋଣାର୍କ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:Additional Powers to Police: ପୁଲିସକୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯିବାକୁ ସରକାର ମନା କଲେ: ଧର୍ମଘଟ ଡାକରା ପ୍ରତ୍ୟାହାର କଲା ଓଡ଼ିଶା ବସ୍ ମାଲିକ ସଂଘ