ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ବରରେ କୋଲକାତା ପୁଲିସ

Advertisment
ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ବରରେ କୋଲକାତା ପୁଲିସ

ଭୁବନେଶ୍ବର: ଓଡିଶାରେ କୋଲକାତା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଆସି ପହଞ୍ଚିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶା (ଇଡି)ର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ପଚରାଉଚରା ପାଇଁ ଦୁଇଜଣିଆ ଟିମ ଭୁବନେଶ୍ବର ଆସିଛନ୍ତି। କୋଲକାତା ଡିଟେକ୍ଟିଭ ଡିପାର୍ଟମେଣ୍ଟର ଏସିପି ଅମିତ ରକସିତଙ୍କ ନେତୃତ୍ବରେ ଆସିଛି ଟିମ। ଏନେଇ ଗତ ୧ ତାରିଖରେ କୋଲକାତା ପୁଲିସ ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ନୋଟିସ କରିଥିଲା। ନୋଟିସ ଆଧାରରେ ଏକ ହୋଟେଲରେ ପଚରାଉଚରା‌ ପାଇଁ ଅପେକ୍ଷା କରିଛି କୋଲକାତା ପୁଲିସ।

ସୂଚନା ଅନୁସାରେ, କୋଲକାତା ପୁଲିସ ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫଦାରୀ ସମ୍ପର୍କରେ ସୁବୋଧଙ୍କୁ ପଚରାଉଚୁରା କରିବ। ଏଥିପାଇଁ ଜଣେ ଏସିପି ରାଙ୍କର ଅଫିସର ଓ ଆଉ ଜଣେ ଏସଆଇ ଆଜି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପୂର୍ବରୁ ସୁବୋଧ କୁମାର ଝାଡ଼ଖଣ୍ଡର ରାଞ୍ଚିରେ ଇଡିର ଡେପୁଟି ଡାଇରେକ୍ଟର ଥିଲେ । ସେହି ସମୟରେ ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ସହ ସମ୍ପର୍କ ଥିବା ନେଇ ସୁବୋଧଙ୍କୁ ପଚରାଉଚରା କରାଯିବ। ରାଜୀବ କୋଲକାତାର ଜଣେ ବ୍ୟବସାୟୀଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ରାଜୀବ ସେହି ବ୍ୟବସାୟୀଙ୍କ ନାରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ହଟାଇବା ପାଇଁ ୧୦ କୋଟି ଦାବି କରିଥିଲେ ବୋଲି ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।

ଗତ ସପ୍ତାହରେ କୋଲକାତା ପୁଲିସ ରାଜୀବକୁ ଏକ ମଲରୁ ୬୦ଲକ୍ଷ ଟଙ୍କା ସହ ଗିରଫ କରିଥିଲା । ଗିରଫଦାରି ପରେ ସେହି ଟଙ୍କା ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିଲା । ରାଜୀବଙ୍କ ସହ ସୁବୋଧଙ୍କ ସମ୍ପର୍କ, କଲରେକର୍ଡ଼ ଓ ଡାଏରିର ତଥ୍ୟକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe