୨୪ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ କୋଲକାତା ଫେରନ୍ତା କୋରାପୁଟର କରୋନା ସଂକ୍ରମିତ ଯୁବକ

Advertisment

ପୋଡ଼ାଗଡ଼ ଅଂଚଳକୁ କଣ୍ଟେନମେଣ୍ଟ କରି ଚାଲିଛି କଣ୍ଟାକ୍ଟ ଟ୍ରେସିଂ

ପୋଡ଼ାଗଡ଼ ଅଂଚଳକୁ କଣ୍ଟେନମେଣ୍ଟ କରି ଚାଲିଛି କଣ୍ଟାକ୍ଟ ଟ୍ରେସିଂ

୨୪ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ କୋଲକାତା ଫେରନ୍ତା କୋରାପୁଟର କରୋନା ସଂକ୍ରମିତ ଯୁବକ

କୋରାପୁଟ: କୋଲକାତା ଫେରନ୍ତା ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ବୋଲି ରିପୋର୍ଟ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଇଛି। ସେ ୨୪ ଜଣଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାଥମିକ ଭାବେ ଜଣାପଡିଛି। ଏମାନଙ୍କଠାରୁ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ଆଜି ଭୁବନେଶ୍ବରସ୍ଥିତ କିମ୍ସ ଡାକ୍ତରଖାନାରେ ସେ ଭର୍ତ୍ତି ହେବା ପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏପଟେ ଗତ ୧୪ ଦିନ ଭିତରେ ସେ କାହା କାହା ସଂସ୍ପର୍ଶରେ ଆସିଥିଲେ ତାର ଖୋଳାତାଡ ଆରମ୍ଭ କରିଛି ପ୍ରଶାସନ। ଦଶମନ୍ତପୁର ବ୍ଲକର ପୋଡାଗଡ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରି ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।

publive-image

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ଅଞ୍ଚଳର ଜଣେ ୨୨ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଥିବା ଗତକାଲି ଜଣାପଡ଼ିଥିଲା। କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ସ୍ବାସ୍ଥ୍ୟକର୍ମୀ ଭାବେ କାମ କରୁଥିବା ଏହି ଯୁବକ ଗତ ୧୪ତାରିଖରେ କୋରାପୁଟ ଫେରିଥିଲେ। ହଟସ୍ପଟ ଅଞ୍ଚଳରୁ ଆସିଥିବାରୁ ତାଙ୍କୁ ସଙ୍ଗରୋଧରେ ରଖି ସ୍ବାବ୍ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା।

publive-image

ଏହା ସହ ପୋଡ଼ାଗଡ଼ ଅଂଚଳକୁ ୪୮ ଘଣ୍ଟା ପାଇଁ କଣ୍ଟେନେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ସମୟ ଭିତରେ ଏହି ଅଂଚଳକୁ ବାହାର ଲୋକ ଯାଇ ପାରିବେ ନାହିଁ, କିମ୍ବା ଏହି ଅଂଚଳରୁ କେହି ବାହାରକୁ ଯାଇ ପାରିବେ ନାହିଁ ବୋଲି ପ୍ରଶାସନ କହିଛି। ପୋଡାଗଡର ଚାରିପଟୁ ପ୍ରବେଶ ପଥକୁ ସିଲ୍ କରାଯିବା ସହ ପୁଲିସ ମୁତୟନ କରାଯାଇଛି। ଘରୁ କେହି ନ ବାହାରିବା ପାଇଁ ଲୋକମାନଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରଶାସନ ୨୧ଟି ଟିମ ଗଠନ କରାଯାଇ କଣ୍ଟେନମେଣ୍ଟ ଅଂଚଳର ତଥ୍ୟ ସଂଗ୍ରହ କରାଯାଉଛି। କାହା ଘରେ କେତେ ଲୋକ ଅଛନ୍ତି, କାହାର କିଛି ଲକ୍ଷଣ ରହିଛି କି ନାହିଁ ତାହା ଯାଂଚ ଚାଲିଛି। ଶିକ୍ଷକ, ଅଙ୍ଗନବ‌ାଡି କର୍ମୀ, ଆଶା, ଏଏନଏମମାନେ ଘର ଘର ବୁଲି ତଥ୍ୟ ଯୋଗାଡରେ ଲାଗିଛନ୍ତି।

କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, କରୋନା ସଂକ୍ରମିତ ଯୁବକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର କିମ୍ସ ଡାକ୍ତରଖାନାକୁ ପଠାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହେଲାଣି। ତାଙ୍କ ସହ ୨୪ ଜଣ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଏହା ସହ ତାଙ୍କ ସ୍ବାବ ସଂଗ୍ରହ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe