କୋଣାର୍କ: ଗୁଳୁଗୁଳି ଯୋଗୁଁ କୋଣାର୍କ ହାଇସ୍କୁଲ୍‌ର ୨୦ ଛାତ୍ରୀ ଅଚେତ

Advertisment
କୋଣାର୍କ: ଗୁଳୁଗୁଳି ଯୋଗୁଁ କୋଣାର୍କ ହାଇସ୍କୁଲ୍‌ର ୨୦ ଛାତ୍ରୀ ଅଚେତ

କୋଣାର୍କ: ଶୁକ୍ରବାର ପୂର୍ବାହ୍ନରେ ଭୀଷଣ ଗୁଳୁଗୁଳି ଯୋଗୁଁ କୋଣାର୍କ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ୨୦ ଜଣ ଛାତ୍ରୀ ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଆଜି ୧୦ଟା ବେଳେ ଛାତ୍ରଛାତ୍ରୀମାନେ ପ୍ରାର୍ଥନା ପରେ କ୍ଲାସ୍‌ରେ ବସିଥିଲେ ଓ ପ୍ରଥମ ପିରିୟଡ୍‌ ଶେଷ ହୋଇଥିଲା। ଦ୍ୱିତୀୟ ପିରିୟଡ୍‌ ଆରମ୍ଭ ହେବା ମାତ୍ରେ ନବମ ଶ୍ରେଣୀର ଜଣେ ଛାତ୍ରୀ ଅଚେତ ହୋଇ ପଡ଼ିଯାଇଥିଲେ।

ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏପଟେ ଜଣକ ପରେ ଜଣେ ହୋଇ ନବମ ଶ୍ରେଣୀର ଆଉ ୨୦ ଜଣ ଛାତ୍ରୀ ସଂଜ୍ଞାହୀନା ହୋଇ ପଡ଼ିଥିଲେ।

ସ୍କୁଲ୍‌ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମସ୍ତଙ୍କୁ ନେଇ ଡାକ୍ତରଖାନରେ ଭର୍ତ୍ତି କରିବା ପରେ ଡାକ୍ତରମାନେ ସାଲାଇନ୍‌ ଲଗାଇ ସମସ୍ତଙ୍କର ଚିକିତ୍ସା କରୁଛନ୍ତି।

କୋଣାର୍କ ଅଞ୍ଚଳରେ ଆଜି ପ୍ରଚଣ୍ଡ ଗୁଳୁଗୁଳି ଅନୁଭୁତ ହେଉଛି। ଗୁଳୁଗୁଳି ସହ୍ୟ କରି ନ ପାରି ପ୍ରଥମ ଛାତ୍ରୀଣକ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଡାକ୍ତରମାନେ କହୁଛନ୍ତି। ବାକି ଛାତ୍ରୀମାନେ ଗୁଳୁଗୁଳି ଓ ସେ ଛାତ୍ରୀଟିର ଅସୁସ୍ଥତା ଜନିତ ମାନସିକ ପ୍ରଭାବରେ ଅସ୍ଥିର ହୋଇ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe