ମାଲବାହୀ ଟ୍ରେନ୍‌ ବଗି ସଂଯୋଗ ଛିଣ୍ଡିଲା, ଘଣ୍ଟାଏ ଅଟକିଲା କୋଣାର୍କ ଏକ୍ସପ୍ରେସ୍‌

ମାଲବାହୀ ଟ୍ରେନ୍‌ ବଗି ସଂଯୋଗ ଛିଣ୍ଡିଲା, ଘଣ୍ଟାଏ ଅଟକିଲା କୋଣାର୍କ ଏକ୍ସପ୍ରେସ୍‌

ବ୍ରହ୍ମପୁର: ବ୍ରହ୍ମପୁର ଦେଇ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ଆଜି ଅପରାହ୍‌ଣରେ ଗୋପାଳପୁର ଜଙ୍କସନ୍‌ ନିକଟରେ ଦୁଇଭାଗ ହୋଇ ଯାଇଥିଲା। ମାଲବାହୀ ଟ୍ରେନ୍‌ର ଦୁଇଟି ବଗିର ସଂଯୋଗ ସ୍ଥାନ(କପ୍‌ଲିଙ୍ଗ୍‌) ଛିଣ୍ଡି ଯିବାରୁ ଇଂଜିନ୍‌ ସହିତ ପ୍ରାୟ ୨୯ଟି ବଗି ଆଗକୁ ଚାଲି ଯାଇଥିଲା। ପ୍ରାୟ ୨୫ଟି ବଗି ଅଧାରାସ୍ତାରେ ରହି ଯାଇଥିଲା। ଏ ନେଇ ଗୁଡ୍‌ସ ଗାର୍ଡ଼ ତୁରନ୍ତ ପାଇଇଟ୍‌ଙ୍କୁ ମେସେଜ୍‌ କରିଥିଲେ। ଏହାପରେ ପାଇଲଟ୍‌ ଟ୍ରେନ୍‌ ରଖି ପଛକୁ ଫେରିଥିଲେ। ଉଭୟ ବଗି ସଂଯୋଗ କରିବା ପରେ ପୁଣିଥରେ ଟ୍ରେନ୍‌ ତା’ର ଗନ୍ତବ୍ୟସ୍ଥଳ ଆଡ଼କୁ ବାହାରିଥିଲା।

ଏହି ଘଟଣା ପାଇଁ ଛତ୍ରପୁର ରେଳ ଷ୍ଟେସନ୍‌ରେ କୋଣାର୍କ ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ପ୍ରାୟ ୧ଘଣ୍ଟା ୧୫ମିନିଟ୍‌ ପର୍ଯ୍ୟନ୍ତ ଅଟକ ରହିଥିଲା। ବର୍ତ୍ତମାନ ଏହି ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ତାଲଚେରରୁ କୋଇଲା ବୋଝେଇ କରି ଏକ ମାଲବାହୀ ଟ୍ରେନ୍‌ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଟ୍ରେନ୍‌ଟି ଗୋପାଳପୁର ଜଙ୍କସନ୍‌ ଦେଇ ବ୍ରହ୍ମପୁର ଷ୍ଟେସନ୍‌ ପଟେ ଆସୁଥିବା ବେଳେ ହଠାତ୍‌ ମଝିରୁ ଦୁଇଭାଗ ହୋଇ ଯାଇଥିଲା। ବଗି ସଂଯୋଗ ଛିଣ୍ଡି ଯିବାରୁ ଏଭଳି ଘଟଣା ଘଟିଥିଲା। ମାଲବାହୀ ଟ୍ରେନ୍‌ରେ ପ୍ରାୟ ୬୦ଟି ବଗି ରହିଥାଏ। ଏଣୁ ବିଭିନ୍ନ ସମୟରେ ବଗି ସଂଯୋଗ ଛିଣ୍ଡି ଏଭଳି ହୋଇଥାଏ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe