କୋଣାର୍କ ଉତ୍ସବ ଉଦ୍‌ଘାଟିତ, କୋଭିଡ୍‌ କଟକଣା ପାଇଁ ଦର୍ଶକ ଗ୍ୟାଲେରି ଶୁନ୍‌ଶାନ୍‌

Advertisment
କୋଣାର୍କ ଉତ୍ସବ ଉଦ୍‌ଘାଟିତ, କୋଭିଡ୍‌ କଟକଣା ପାଇଁ ଦର୍ଶକ ଗ୍ୟାଲେରି ଶୁନ୍‌ଶାନ୍‌

କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ ମୁକ୍ତାକାଶ ରଙ୍ଗମଞ୍ଚରେ ବୁଧବାରଠାରୁ ଆରମ୍ଭ ହୋଇଛି ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବ-୨୦୨୧। ଶାତ୍ସୀୟ ବାଦ୍ୟ ଓ ସଂଗୀତର ତାଳେତାଳେ ନୃତ୍ୟାଙ୍ଗନାଙ୍କ ନୁପୁରରେ ଝଙ୍କୃତ ହୋଇଛି ମୁକ୍ତକାଶ ରଙ୍ଗମଞ୍ଚ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ।

publive-image

ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟାଙ୍ଗନା ମାଧବୀ ମୁଦଗଲ ଓ ସାଥିଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ଆଧାରରେ ପରିବେଷଣ କରାଯାଇଥିଲା ‘ନର୍ତ୍ତନ ଗଣେଶ’। ଦ୍ବିତୀୟ ଅର୍ଘ୍ୟଭାବେ ପ୍ରତିଷ୍ଠିତ କଥକ ନୃତ୍ୟଶିଳ୍ପୀ ଭାସ୍ବତୀ ମିଶ୍ର ଓ ସାଥିଙ୍କ ଦ୍ବାରା ମୁକ୍ତକାଶ ରଙ୍ଗମଞ୍ଚ ଶିବ ପଞ୍ଚାକ୍ଷୟୀ ନୃତ୍ୟରେ ଦୁଲୁକି ଉଠିଥିଲା। କଥକ ନୃତ୍ୟରେ ବାରି ହୋଇ ପଡ଼ୁଥିଲା ଉତ୍କର୍ଷ କଳାର ନିଦର୍ଶନ।

ମୁଖ୍ୟମନ୍ତ୍ରୀଙ୍କ ଅନ୍‌ଲାଇନ ଉଦ୍‌ଘ‌ାଟନ ପରେ ଉତ୍ସବସ୍ଥଳରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ, କ୍ରୀଡ଼ାମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ବରିଷ୍ଠ ପ୍ରଶାସନିକ ଅଧିକାରୀ ଆର୍‌ ବାଲକ୍ରିଷ୍ଣନ, ଓଏଲଏଲସିର ସଚିବ ନିକୁଂଜ ବିହାରୀ ଧଳ, ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ସୁରେନ୍ଦ୍ର କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏଏସ୍‌ଆଇର ଭୁବନେଶ୍ବର ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe