କୋଣାର୍କ ଥାନା ଏସ୍ଆଇ ନିଲମ୍ବିତ

କୋଣାର୍କ ଥାନା ଏସ୍ଆଇ ନିଲମ୍ବିତ

ପୁରୀ : କୋଣାର୍କ ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ଆଜି ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ ନିଲମ୍ବିତ କରିଛନ୍ତି।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଏସ୍‌ଆଇ ଦିଲୀପ କୁମାର ବେହେରା ପ୍ରଥମେ ପୁରୀ ଜିଲ୍ଲା ହାଟଡେଲାଙ୍ଗ ଫାଣ୍ଡି ଦାୟିତ୍ବରେ ଥିଲେ। ଏହା ପରେ ତାଙ୍କୁ କୋଣାର୍କ ଥାନାକୁ ବଦଳି କରାଯାଇଥିଲା। ତେବେ ଲକ୍‌ଡାଉନ୍‌ କଟକଣା ସମୟରେ ଏକ ଦୋକାନରେ ପଶି ଜଣେ ନାବାଳକଙ୍କୁ ନିସ୍ତୁକ ପିଟିଥିବା ଖବର ପ୍ରଥମେ ଚର୍ଚ୍ଚାକୁ ଆସିଥିଲା। ଅବଶ୍ୟ ଏ ନେଇ ସମ୍ପୃକ୍ତ ନାବାଳକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିଲା। ଏନେଇ କୋଣାର୍କରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା। ଏହାର କିଛିଦିନ ପରେ ଥାନା ସମ୍ମୁଖରେ ଜ୍ଞାନରଞ୍ଜନ ପଣ୍ଡାଙ୍କୁ ମାଡ଼ ମାରିଥିଲେ। ଯାହାର ପ୍ରତିବାଦରେ ସ୍ଥାନୀୟ ମହିଳାମାନେ କୋଣାର୍କ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହିତ ଶ୍ରୀ ବେହେରା ଅନ୍ୟ କେତେକ ବିବାଦରେ ଫସିବା ପରେ ଏସ୍‌ପିଙ୍କ ନିକଟରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଆଜି ତାଙ୍କୁ ଏସ୍‌ପି ଶ୍ରୀ ସିଂହ ନିଲମ୍ବନ ଆଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe