ଭୁବନେଶ୍ୱର: ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ୱରରୁ ମୁମ୍ବାଇକୁ ଯାତ୍ରା କରୁଥିବା କୋଣାର୍କ ସ୍ପେଶାଲ୍ ଏକ୍ସପ୍ରେସ୍ ବାତିଲ୍ ହେବ | ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ମୁମ୍ବାଇ ଉପ-ସହରାଞ୍ଚଳରେ ପ୍ରବଳ ବର୍ଷା ହେତୁ ଏଭଳି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ, ମୁମ୍ବାଇ ଉପ-ସହରାଞ୍ଚଳରେ ପ୍ରବଳ ବର୍ଷା ହେତୁ ୧୧୦୧୯ ନମ୍ବର ସିଏସ୍ ଏମ୍ ଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସକୁ ଗତକାଲି (୫ ତାରିଖ) ବାତିଲ କରିଦିଆଯାଇଥିଲା।
image source-wikipediaଏହାର ଫଳସ୍ୱରୂପ, ଅଗଷ୍ଟ ୭ ତାରିଖ (ଶୁକ୍ରବାର)ରେ ଭୁବନେଶ୍ୱରରୁ ୧୧୦୨୦ ନମ୍ବର ସିଏସ୍ ଏମ୍ ଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସ୍ ଟ୍ରେନ ବାତିଲ କରାଯାଇଛି, କାରଣ ଉକ୍ତ ଟ୍ରେନ୍ ଆସିଥିଲେ, ତାହା ପୁଣି ଭୁବନେଶ୍ୱରରୁ ମୁମ୍ବାଇକୁ ଯାତ୍ରା କରିଥାନ୍ତା।
image source-met weatherସୂଚନାଯୋଗ୍ୟ, ମୁମ୍ବାଇରେ ଦୁଇ ଦିନ ଧରି ଲଗାତାର ଭାବେ ଲଗାଣ ବର୍ଷା ଜାରି ରହିଛି। ଏହା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଆହୁରି ୬ ଘଣ୍ଟା ବର୍ଷା ସହ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଗାଣ ବର୍ଷା ଫଳରେ ମୁମ୍ବାଇର ଗିର୍ଗାଓଁ, ଚୌପାଟ୍ଟି, ମଦନପୁର, ବାଇଚୁଲା, ହିନ୍ଦାମାତାଳ ଓର୍ଲି ଜଳମଗ୍ନ ହୋଇପଡ଼ିଛି। ପ୍ରବଳ ବର୍ଷା ଓ ପବନ ଫଳରେ ବିଭିନ୍ନ ଅଞ୍ଚଳରେ ଗଛ, ବିଜୁଳି ଖୁଣ୍ଟି ଭାଙ୍ଗି ପଡ଼ିଛି। ବର୍ଷାର ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ପାଇଁ ରେର୍ଡ ଆର୍ଲଟ ଜାରି କରିଛି। ବର୍ଷା ସମୟରେ ମୁମ୍ବାଇବାସୀ ଘରେ ରହିବା ସହ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା ପ୍ରବଳ ବର୍ଷାରେ ମୁମ୍ବାଇର କେତେକ ଟ୍ରେନ୍କୁ ବାତିଲ କରାଯାଇଛି।
Follow Us