Konark Sun Temple closed: Tourists are returning Photograph: (sambad.in)
କୋଣାର୍କ: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ସରକାରଙ୍କୁ ଘେରିଛନ୍ତି ।
ଗୁରୁବାର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ।
ଏହି ବନ୍ଦର ସିଧାସଳଖ ପ୍ରଭାବ କୋଣାର୍କରେ ପଡିଛି। ବିଶେଷ କରି କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ କୋଣାର୍କ ବଜାର ବନ୍ଦ ରହିଛି,ଗାଡି ଚଳାଚଳ ବନ୍ଦ ରହିଛି। ଏକ ପ୍ରକାର କୋଣାର୍କ ପରିସର ଖାଁ ଖାଁ ଦେଖିବାକୁ ମିଳିଛି।
ଓଡ଼ିଶା ବନ୍ଦ ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନେ ଫେରୁଥିବା ବେଳେ ସ୍କୁଲ କଲେଜ, ଦୋକାନ ବଜାର ସ୍ବତଃପ୍ରବୃତ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି।
sun temple | puri
Follow Us