ଶାମ୍ବ ଦଶମୀରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟରଥ

Advertisment
ଶାମ୍ବ ଦଶମୀରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟରଥ

କୋଣାର୍କ : ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟରଥ ଗଡ଼ିଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅବଧୂତ ମଠର ମଠାଧୀଶ ଆଦିତ୍ୟଚରଣ ଦାଶ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମାକୁ ରଥାରୂଢ଼ କରାଇବା ପରେ ରଥଟଣା ଆରମ୍ଭ ହୋଇଥିଲା। ଜୟ ସୂର୍ଯ୍ୟନାରାୟଣ ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିବା ସମୟରେ ଏଥିରେ ଶତାଧିକ ପର୍ଯ୍ୟଟକ ସାମିଲ ହୋଇ ରଥ ଟାଣିଥିଲେ। ମଧ୍ୟାହ୍ନରେ ସୂର୍ଯ୍ୟରଥ ଚନ୍ଦ୍ରଭାଗାରେ ପହଞ୍ଚିଥିଲା।

ଆଜି ଶାମ୍ବ ଦଶମୀ ଅବସରରେ ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଚନ୍ଦ୍ରଭାଗାରେ ସ୍ନାନ ସାରି ଶ୍ରଦ୍ଧାଳୁମାନେ ସୂର୍ଯ୍ୟପୂଜା କରିଥିଲେ। ସେଠାରୁ ଫେରି ଶ୍ରଦ୍ଧାଳୁମାନେ ନବଗ୍ରହପୀଠରେ ପୂଜାର୍ଚ୍ଚନା କରିଥିଲେ। ସେହିପରି ଜଗନ୍ନାଥ ମନ୍ଦିର ସନ୍ନିକଟ ସୌରମହାଯଜ୍ଞ ପୀଠରୁ ହଜାର ହଜାର ଜନସାଧାରଣ ଏକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଯାଇ ସୂର୍ଯ୍ୟ ମନ୍ଦିର ପରିକ୍ରମା କରିଥିଲେ। ଶାମ୍ବ ଦଶମୀ ପାଇଁ ଆଜି ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା। ଏହି ଉପଲକ୍ଷେ କୋଣାର୍କ ସୌରମହାଯଜ୍ଞ କମିଟି ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ସୌରମହାଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe