କୋଣାର୍କ ସଂରକ୍ଷଣ ମାମଲା : ହାଇକୋର୍ଟରେ ଏଏସ୍‌ଆଇର ସତ୍ୟପାଠ ଦାଖଲ

Advertisment
କୋଣାର୍କ ସ˚ରକ୍ଷଣ ଚିନ୍ତା

Odisha Sun Times

କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ସତ୍ୟପାଠ ଦାଖଲ କରିଛି।

ଏଏସଆଇ ଭୁବନେଶ୍ବର ସର୍କଲର ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ୨୦୧୯, ଫେବ୍ରୁଆରି ୧୨ରେ ଅନୁଷ୍ଠିତ ଷ୍ଟିୟରିଂ କମିଟି ନିଷ୍ପତ୍ତି ପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଉଲ୍ଲେଖ କରାଯାଇଛି। ଏଥି ସହିତ ୨୦୧୯, ଏପ୍ରିଲ ୩୦ ତାରିଖ ସୁଦ୍ଧା ସୂର୍ଯ୍ୟ ମନ୍ଦିର ସଂରକ୍ଷଣ କାର୍ଯ୍ୟର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ରୁର୍‌କିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ) ଜଗମୋହନ ଭିତରେ ବାଲି ଭରିବା ପାଇଁ ଦେଇଥିବା ପ୍ରସ୍ତାବ ଉପରେ କମିଟିର କେତେକ ସଦସ୍ୟ ମତାମତ ଦେଇଥିଲେ। ଇତି ମଧ୍ୟରେ ସିବିଆରଆଇର ବିଶେଷଜ୍ଞ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସେମାନେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟପନ୍ଥା ସଂପର୍କରେ ଏ ପର୍ଯ୍ୟନ୍ତ ପ୍ରସ୍ତାବ ଦେଇ ନାହାନ୍ତି ବୋଲି ଉଲ୍ଲେଖ କରାଯାଇଛି। ଏଥି ପାଇଁ ୩/୪ ମାସ ସମୟ ଧାର୍ଯ୍ୟ କରାଯାଇଛି। ସେହିପିର କୋଣାର୍କ ମନ୍ଦିରକୁ ମଜବୁତ କରିବା ସହିତ ସମର୍ଥନ ଦେବା ପାଇଁ ସିବିଆରଆଇ ଦେଇଥିବା ପ୍ରସ୍ତାବ ଉପରେ ଷ୍ଟିୟରିଂ କମିଟିରେ ଆଲୋଚନା କରାଯାଇଥିଲା। ସିବିଆରଆଇର ବିଶେଷଜ୍ଞ କୋଣାର୍କ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ କାର୍ଯ୍ୟପନ୍ଥା ନେଇ ଚୂଡାନ୍ତ ପ୍ରସ୍ତାବ ଦେଇ ନାହାନ୍ତି। ଏହି କାର୍ଯ୍ୟ ପାଇଁ ୩ ମାସ ସମୟ ଧାର୍ଯ୍ୟ କରାଯାଇଛି। କୋଣାର୍କ ମନ୍ଦିର ପରିସରରେ ଡ୍ରେନେଜ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଥିବା ବେଳେ ଏଏସଆଇ ଡିଜିଙ୍କ ଅନୁରୋଧ କ୍ରମେ ସିବିଆରଆଇ ବିଶେଷଜ୍ଞମାନେ ସମଗ୍ର ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଡ୍ରେନେଜ୍ ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ କେତେକ ପଦକ୍ଷେପ ଗ୍ରହଣ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହା ମୌସୁମୀ ପୂର୍ବରୁ କାର୍ଯ୍ୟକାରୀ କରାଯିବ। ମନ୍ଦିରରେ ବ୍ୟବହାର କରାଯାଇଥିବା ରାସାୟନିକର ପରିମାଣ ଆକଳନ ପାଇଁ ଏଏସଆଇ ଡିଜି ନିର୍ଦ୍ଦେଶ ଦେଇଥିଲେ। ରାସାୟନିକ ସଂରକ୍ଷଣ ପ୍ରସଂଗରେ ଏଏସଆଇ ବିଜ୍ଞାନ ବିଭାଗ କାର୍ଯ୍ୟ କରୁଛି। ମନ୍ଦିରର ଲେଜର ସ୍କାନିଂ ଉପରେ ଗୁରୁତ୍ବା‌େ‌ରାପ କରାଯାଉଛି। ସିବିଆରଆଇକୁ ଏହି ଦାୟିତ୍ବ ଦିଆଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe