ବିଜେପିରେ ମିଶିଲେ କୋରାପୁଟ ଜିଲ୍ଲା ବିଜେଡି ଉପସଭାପତି

ପୌରସଂସ୍ଥା ଉପାଧ୍ୟକ୍ଷ ବି ବିଜେପିରେ ଯୋଗଦେଲେ

ବିଜେପିରେ ମିଶିଲେ କୋରାପୁଟ ଜିଲ୍ଲା ବିଜେଡି ଉପସଭାପତି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କୋରାପୁଟ ଜିଲ୍ଲା ବିଜେଡି ଉପସଭାପତି ତ୍ରିପୁରାରୀ ଗରଡ଼ା ଏବଂ କୋରାପୁଟ ପୌରସଂସ୍ଥା ଉପାଧ୍ୟକ୍ଷ ସଞ୍ଜୁଲତା ରାଉତ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀଙ୍କ ଉପସ୍ଥିତିରେ ବିଜେଡିର ଏ ଦୁଇ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଏହି ଅବସରରରେ ଶ୍ରୀସିଂହଦେଓ ଓ ଶ୍ରୀପାଙ୍ଗୀ ଉଭୟଙ୍କୁ ଭାରତୀୟ ଜନତା ପାର୍ଟିର ଟୋପି ପିନ୍ଧାଇବା ସହ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରାଇଥିଲେ। ଏ ଦୁଇ କର୍ମୀଙ୍କ ବିଜେପିରେ ଯୋଗଦାନ କୋରାପୁଟ ଜିଲ୍ଲାରେ ଦଳର ଶକ୍ତିକୁ ଆହୁରି ମଜବୁତ କରିବ ବୋଲି ଶ୍ରୀସିଂହଦେଓ କହିଛନ୍ତି।

ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ନେତ୍ରୀ ତଥା ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe