କୋରାପୁଟ: ବସ୍‌-ଟ୍ୟାଙ୍କର୍‌ ମୁହାଁମୁହିଁ ଧକ୍କା: ୨ ଆହତ

Advertisment
କୋରାପୁଟ: ବସ୍‌-ଟ୍ୟାଙ୍କର୍‌ ମୁହାଁମୁହିଁ ଧକ୍କା: ୨ ଆହତ

କୋରାପୁଟ: ରବିବାର ଭୋର୍‌ ପାଞ୍ଚଟା ସମୟରେ ୨୬ ନମ୍ବର ଜାତୀୟ ରାଜପଥ ପଟାଙ୍ଗୀ ଅଞ୍ଚଳର କୁନ୍ଦୁଲି ହାଟପଦା ଛକରେ ଠିଆ ହୋଇଥିବା ଟୁରିଷ୍ଟ୍‍ ବସ୍‌ ସହ ଏକ ଟ୍ୟାଙ୍କର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଆହତ ହୋଇଛନ୍ତି।

କୁନ୍ଦୁଲିରୁ କିଛି ଲୋକଙ୍କୁ ବାହାରେ ବୁଲାଇ ଆଣି ସାଇକୃଷ୍ଣ ନାମକ ବସ୍‌ଟି ଫେରିଆସିବା ପରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ହାଟପଦା ଠାରେ ଥିବା ଏକ ଛୋଟ ପୋଲ ନିକଟରେ ଠିଆ ହୋଇଥିଲା। ସେତିକିବେଳେ ବିପରୀତ ଦିଗରୁ ଆସୁଥିବାଟ୍ୟାଙ୍କର୍‌ ( ଏପି୩୧ଟିଏଫ୍‌ ୨୭୬୭) ବସ୍‌କୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ରାସ୍ତା କଡ଼କୁ ଗଡ଼ିଯାଇ ପାଣି ମଧ୍ୟକୁ ଖସି ପଡ଼ିଥିଲା। ବସ୍‌ରେ କୌଣସି ଯାତ୍ରୀ ନ ଥିଲେ। ଟ୍ୟାଙ୍କର୍‌ର ସମ୍ମୁଖ ଭାଗ ଏଥିରେ କ୍ଷତିଗ୍ରସ୍ତ ହୋଇଛି ଏବଂ ସେଥିରେ ଥିବା କ୍ଲିନର୍‌ ଓ ହେଲ୍‌ପର୍‌ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କୁନ୍ଦୁଲି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା କଥା ଲୋକେ କହୁଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ କରିବା ସହ କ୍ଷତିଗ୍ରସ୍ତ ଗାଡ଼ି ଦୁଇଟିକୁ ସେଠାରୁ ହଟାଇବା ଲାଗି ଯୋଜନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe