କୋରାପୁଟ: ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୫ ଆହତ

Advertisment
କୋରାପୁଟ: ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୫ ଆହତ

କୋରାପୁଟ: ରବିବାର ପ୍ରତ୍ୟୁଷରେ ସୁନାବେଡ଼ା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ବସ୍‌ ଏବଂ ଟ୍ରକ୍‌ ପରସ୍ପର ସହ ସାମ୍ନାସାମ୍ନି ଧକ୍କା ଖାଇବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ପ୍ରାୟ ୪୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା କରୁଥିବା ‘ଓଏସ୍‌ଆର୍‌ଟିସି’ ବସ୍‌ଟି ଭୋର୍‌ ପ୍ରାୟ ୪ଟା ବେଳେ ଦୁରୁଗୁଡ଼ା ନାମକ ଛୋଟିଆ ଗାଁ ପାଖରେ କୋରାପୁଟରୁ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଉଥିବା ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇଥିଲା। ଫଳରେ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଥିଲେ।

ଧକ୍କାର ପ୍ରଭାବରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ବି ବସ୍‌ଟି ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ବସ୍‌ ଚାଳକ ଗରୁତର ଆହତ ହୋଇଥିବା ଜଣାପଡ଼ିଛି।

ଆହତ ଯାତ୍ରୀମାନଙ୍କର କୋରାପୁଟ୍‌ ହସ୍‌ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି। ବସ୍‌ ଚାଳକ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି।

ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଯୋଗୁଁ ଟ୍ରାଫିକ୍‌ ସମସ୍ୟା ଦେଖା ଦେବାରୁ ରାସ୍ତାର ଉଭୟ ପାର୍ଶ୍ୱର ଯାନବାହନ ଧାଡ଼ି ଲମ୍ବିଥିଲା। ସୁନାବେଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ରାସ୍ତା କଡ଼କୁ ଆଣି ଟ୍ରାଫିକ୍‌ ସମସ୍ୟା ଶୁଧାରି ଥିଲେ।

ବସ୍‌ ଯାତ୍ରୀମାନଙ୍କୁ କୋରାପୁଟ ଅଭିମୁଖେ ଯାଉଥିବା ଅନ୍ୟାନ୍ୟ ଗାଡ଼ିମାନଙ୍କରେ ପଠାଇ ଦିଆଯାଇଛି।

ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe