ଫିଟିଲା ୮କୋଟି ଟଙ୍କାର ଜାଲ୍ ନୋଟର ଗୁମର : ରାୟପୁରରେ ଛପା ହୋଇ ଯାଉଥିଲା ଭାଇଜାକ୍‌, ଧରିଲା କୋରାପୁଟ ପୁଲିସ୍

Advertisment

ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଏସପି

ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଏସପି

ଫିଟିଲା ୮କୋଟି ଟଙ୍କାର ଜାଲ୍ ନୋଟର ଗୁମର : ରାୟପୁରରେ ଛପା ହୋଇ ଯାଉଥିଲା ଭାଇଜାକ୍‌, ଧରିଲା କୋରାପୁଟ ପୁଲିସ୍

କୋରାପୁଟ: ଛତିଶଗଡ ରାଜଧାନୀ ରାୟପୁରରୁ ଆନ୍ଧ୍ର ପ୍ରଦେଶର ଭାଇଜାକ୍‌କୁ ଚାଲାଣ ହେଉଥିଲା ଜାଲ୍ ନୋଟ୍‌। ଲକ୍ଷ‌େ କି ଦୁଇ ଲକ୍ଷେ ନୁହେଁ ପୂରା ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ୍ ନୋଟ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ପୁଲିସର ତନଖି ବେଳେ ଖସି ଚାଲିଯାଉଥିବା ଏକ କାର ଭିତରୁ ମିଳିଛି ୩ ବଡ଼ ବଡ଼ ବ୍ୟାଗରୁ ପୁଳାପୁଳା ଟଙ୍କା।  କୋରାପୁଟର ସୁଙ୍କି ଆଉଟପୋଷ୍ଟରେ ଜାଲ ନୋଟ ସହ ଛତିଶଗଡର ଚମ୍ପା ଜିଲ୍ଲା ଜଞ୍ଜଗୀର ଅଞ୍ଚଳର ତିନିଜଣଙ୍କୁ ଗିରଫ କରାଯାଇଛି।

ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏକ ପ୍ରତିଷ୍ଠିତ ପାୱାର ପ୍ଲାଣ୍ଟରେ କାମ କରୁଥିବା ଇଞ୍ଜିନିୟର, ଜଣେ କର୍ମଚାରୀ ଓ ଜଣେ ଡ୍ରାଇଭର ରହିଥିବା ଜଣାପଡିଛି। ତଦନ୍ତରେ ସମସ୍ୟା ଉପୁଯିବା କାରଣରୁ ଏମାନଙ୍କ ନାମ ଘୋଷଣା କରିନି ପୁଲିସ। କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି ଏ ନେଇ ଆଜି ସୁନାବେଡ଼ା ଏସଡିପିଓଙ୍କ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

publive-image

ସେ କହିଛନ୍ତି, ସୁଙ୍କି ଆଉଟ ପୋଷ୍ଟ ନିକଟରେ ଏସଆଇ ଏସ.କେ ସ୍ବାଇଁ ଓ ଏଏସଆଇ ଏମ.ଏସ ନାୟକ ଏବଂ ତାଙ୍କ ଟିମ୍‌ ଏମ୍‌ଭି ଚେକିଂ କରୁଥିଲା। ଏହି ସମୟରେ କୋରାପୁଟ ପଟୁ ବିଜୟ କୁମାର ବର୍ମନଙ୍କ ନାମରେ ରହିଥିବା ଏକ ଫୋର୍ଡ ଫିଗୋ (ସିଜି-୦୪-‌ଏଲଏସ-୦୫୪୫)ଟି ଦ୍ରୁତ ଗତି‌ରେ ଯାଉଥିଲା। ପୁଲିସ ଗାଡ଼ିକୁ ଅଟକାଇଥିଲା। ଗାଡିର ସମ୍ମୁଖ ପଟେ ଦୁଇଟି ବଡ ଟ୍ରଲି ବ୍ୟାଗ ଓ ପଛ ପଟେ ଦୁଇଟି ଟ୍ରଲି ବ୍ୟାଗ ରହିଥିବା ଜଣାପଡିଥିଲା। ଏହାକୁ ଯାଞ୍ଚ କରିବା ପରେ ସେଥିରେ ନକଲି ନୋଟ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ଗଣିବା ପରେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍‌ ମିଳିଥିଲା। ୧୫୮୦ଟି ପାଞ୍ଚ ଶହ ଟଙ୍କିଆ ବିଡା ରହିଥିଲା।

ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ଜଣାପଡ଼ିଛି ଯେ ରାୟପୁରରେ ଏକ କଲର ଜେରକ୍ସରେ ଏହା ଛପା ଯାଇଥିଲା। ଏହାକୁ ସେମାନେ ରାୟପୁରରୁ ଭାଇଜାଗ୍ ନେଇ ଯାଉଥିଲେ। ଏହି ସମସ୍ତ ଅଭିଯୁକ୍ତ ଛତିଶଗଡ ରାଜ୍ୟର। ଏହାସହ ସେମାନଙ୍କ ଠାରୁ ୫ଟି ମୋବାଇଲ୍ ଓ ୩୭ ହଜାର ନଗଦ ଟଙ୍କା ଜବତ କରାଯାଇଛି ବୋଲି ଏସପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe