ଓଡିଶା ଓ ଛତିଶଗଡ଼ ବିଏସ୍ଏ‌ଫ୍‌ ଆଇଜିଙ୍କ କୋରାପୁଟ ଗସ୍ତ  

Advertisment
ଓଡିଶା ଓ ଛତିଶଗଡ଼ ବିଏସ୍ଏ‌ଫ୍‌ ଆଇଜିଙ୍କ କୋରାପୁଟ ଗସ୍ତ  

କୋରାପୁଟ: ଦୁଇଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି ଓଡ଼ିଶା ଓ ଛତିଶଗଡ଼ର ବିଏସ୍ଏ‌ଫ୍‌ ଆଇଜି। ଛତିଶଗଡ ରାୟପୁରରୁ ନକ୍ସଲ ବିରୋଧୀ ଅପରେସନର ଆଇଜି ବି.କେ ମେହେତା ଓ ଭୁବନେଶ୍ବରରୁ ନକ୍ସଲ ବିରୋଧୀ ସ୍ବତନ୍ତ୍ର ଅପରେସନର ଆଇଜି ସତୀସଚାନ୍ଦ ବୁଡାକୋଟି, ଡିଆଇଜି ଅପରେସନ (ଭୁବନେଶ୍ବର) ଅଖିଲେଶ୍ବର ସିଂହ, ଡିଆଇଜି ଅପରେସନ (ରାୟପୁର) ବି.ଏସ ଧ୍ରୁବ, ବିଏସଏଫର ଡିଆଇ (ଏସଏଚକ୍ୟୁ)ମଦନ ଲାଲ୍‌ ଉପସ୍ଥିତ ଥିଲେ।

publive-image

ଏହି ଗସ୍ତ ସମୟରେ ଓଡ଼ିଶା-ଛତିଶଗଡ଼ରେ ମାଓ ସ୍ଥିତି, ମାଓ ଅପରେସନ ଓ ସୁରକ୍ଷାକୁ ନେଇ ସମୀକ୍ଷା କରିଛନ୍ତି। ଅଧିକାରୀମାନେ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବା ସହ ବିଶେଷତଃ ସୀମାନ୍ତ ମାଓବାଦୀ ଉପଦୃତ ଅଞ୍ଚଳ ସୁରକ୍ଷା ଉପରେ ଆଲୋଚନା କରିଛନ୍ତି। ସୀମାନ୍ତରେ ସ୍ବାଭିମାନ ଆଞ୍ଚଳ ଏବଂ ତୁଲାସୀ ଡୋଙ୍ଗରି ରିଜର୍ଭ ଜଙ୍ଗଲ ଅଞ୍ଚଳର ସୁରକ୍ଷା, ମାଓଗତିବିଧି ଏବଂ ଯାବାନଙ୍କ ସ୍ଥିତିର ସମୀକ୍ଷା କରିଛନ୍ତି। ଏହାସହ ଏହି ଟିମ୍‌ ଆଜି ନାରାୟଣପାଟଣା ଏବଂ ଆଣ୍ଡ୍ରାହାଲ ଅଞ୍ଚଳ ସିଓବିରେରେ ନିୟୋଜିତ ଯାବାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ସ୍ବତନ୍ତ୍ର ହେଲିକେପ୍ଟର ରେ ଆସି କୋରାପୁଟ ବିଏସଏଫ ସେକ୍ଟର ପଡିଆରେ ଅବତରଣ କରି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe