କରୋନା ସହ ଲଢ଼ି ହାରିଗଲେ କୋରାପୁଟ ଟାଉନ ଥାନା ଅଧିକାରୀ

Advertisment
କରୋନା ସହ ଲଢ଼ି ହାରିଗଲେ କୋରାପୁଟ ଟାଉନ ଥାନା ଅଧିକାରୀ

କୋରାପୁଟ : କରୋନା ସହ ଲଢ଼ି ଜୀବନ ଦେଇଛନ୍ତି କରୋନା ଯୋଦ୍ଧା ପୀତବାସ ଧାରୁଆ। କୋରାପୁଟ ଟାଉନ ଥାନାର ଏହି ଭାରପ୍ରାପ୍ତ ଇନ୍ସପେକ୍ଟର ଜଣଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। କୋରାପୁଟ ଟାଉନ ଥାନା ଅଧିକାରୀ ଭାବେ ପାଖାପାଖି ବ‌ର୍ଷେ ହେଲା କାମ କରୁଥିବା ପୀତବାସ ଧାରୁଆ କରୋନା ମହାମାରୀ ସମୟରେ ଆଖିଦୃଶିଆ କାମ କରି ବେଶ୍ ପ୍ରଶଂସିତ ହୋଇଥିଲେ। କରୋନା କଟକଣା ଲାଗୁ କରିବା ଦିଗରେ ସେ ଭଲ କାମ କରୁଥିଲେ। ହେଲେ କିଛି ଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ। କରୋନାରୁ ସେ ସୁସ୍ଥ ମଧ୍ୟ ହୋଇ ଆସୁଥିଲେ। ଗତ ସୋମବାର ତାଙ୍କ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି।

ତାଙ୍କ ପର‌ଲୋକ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପୁଲିସ ବାହିନୀରେ ଶୋକର ଛାୟା ଖେଳି ଯାଇଛି। କୋରାପୁଟ ରେଞ୍ଜ ଡିଆଇଜି ସଫିନ ଅହମ୍ମଦ କେ, ଏସପି ମୁକେଶ କୁମାର ଭାମୋଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ବର୍ଗତ ଧାରୁଆଙ୍କ ନିଜ ଘର ନବରଙ୍ଗପୁର ଜିଲ୍ଲାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe