କୋରେଇ ନାବାଳିକା ହତ୍ୟା ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

କୋରେଇ ନାବାଳିକା ହତ୍ୟା ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

ରଗଡ଼ି/ଯାଜପୁରରୋଡ୍‌ :ଯାଜପୁର ଜିଲ୍ଲାର ବହୁଚର୍ଚ୍ଚିତ କୋରେଇ ନାବାଳିକା ହତ୍ୟା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ମୁଖ୍ୟ ଶାସନସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ମୁଖ୍ୟ ଶାସନ ସଚିବ ତନାଘନା ଆରମ୍ଭ କରିଥିବା ବେଳେ ଥାନାରୁ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି।

ଗତ ଜୁନ୍‌ ମାସ ୧୮ତାରିଖ ଦିନ କୋରେଇ ବ୍ଲକ୍‌ ଅନ୍ତର୍ଗତ ଫଜଲପୁର ଗ୍ରାମର ଏକ ଦଳିତ ନାବାଳିକାକୁ ୨ ଜଣ ଗୋରୀ ବେପାରୀ ହତ୍ୟା କରି ଫିଙ୍ଗିଦେଇଥିଲେ। ମାତ୍ର, ସ୍ଥାନୀୟ ପୁଲିସ୍‌ ଏହି ଘଟଣାକୁ ନାଟକୀୟ ରୂପ ଦେବା ସହିତ ଜଣେ ୧୩ ବର୍ଷର ନାବାଳକକୁ ହତ୍ୟାକାରୀ ସଜାଇ ଦେଇଥିଲା। ଯାହାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।

ଅପରପକ୍ଷରେ ଗିରଫ ନାବାଳକ ପରିବାରକୁ ନ୍ୟାୟ ପ୍ରଦାନ ସହିତ ପ୍ରକୃତ ହତ୍ୟାକାରୀଙ୍କୁ ଦଣ୍ଡବିଧାନ କରିବା ପାଇଁ ଆଇନଜୀବୀ ଉଦୟନାଥ ସାହୁ ଓ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସାଧାରଣ ସଂପାଦକ ଚିନ୍ମୟ ସ୍ୱରୂପ ପଣ୍ଡା ପିଏମ୍‌ଓର ଦୃଷ୍ଟି ଆକର୍ଷଣ କରିଥିଲେ। ପିଏମ୍‌ଓ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତିି। ଗତ ୩୦ ତାରିଖରେ ପିଏମ୍‌ଓ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି (ଚିଠି ନମ୍ବର ପିଏମଓପିଜି/ଡି/୨୦୧୮/୦୨୭୩୯୩୨)ଲେଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ମୁଖ୍ୟ ଶାସନସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe