ବିଜୟ ହଜାରେ ଟ୍ରଫି ପାଇଁ କୋରେଇର ଅମିନ ଇକ୍‌ବାଲ୍‌ ଓଡ଼ିଶା ଦଳରେ

Advertisment
ବିଜୟ ହଜାରେ ଟ୍ରଫି ପାଇଁ କୋରେଇର ଅମିନ ଇକ୍‌ବାଲ୍‌ ଓଡ଼ିଶା ଦଳରେ

କୋରେଇ  : କୋରେଇ ବ୍ଲକ୍ ତାରାକୋଟ ଗ୍ରାମର ଜାହିରୁଦ୍ଦିନ୍ ଖାନଙ୍କ ପୁଅ ଅମିନ୍ ଇକ୍‌ବାଲ ଖାନ୍ ୨୦୨୨-୨୩ ସିଜିନ ବିଜୟ ହଜାରେ ଟ୍ରଫି (ସିନିଅର)ପାଇଁ ଓଡ଼ିଶା କ୍ରିକେଟ ଟିମ୍ ପକ୍ଷରୁ ମନୋନୀତ ହୋଇଛନ୍ତି। ଗତକାଲି ଘୋଷଣା କରାଯାଇଥିବା ଓଡ଼ିଶା ଦଳରେ ଅମିନ୍ ଇକ୍‌ବାଲଙ୍କ ନାମ ରହିଛି। ଏନେଇ କୋରେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଅମିନ୍ ଏବେ ଜଣେ ହିନ୍ଦୀ ଶିକ୍ଷକ ଭାବେ ଗଜପତି ଜିଲ୍ଲାର ହୁମା ବ୍ଲକରେ କାର୍ଯ୍ୟରତ ଅଛନ୍ତି। ବାପା ଜାହିରୁଦ୍ଦିନ ମଧ୍ୟ ଯାଜପୁର ଜିଲ୍ଲା ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ଶିକ୍ଷକତା କରୁଛନ୍ତି।

ପିଲାଟି ଦିନରୁ କ୍ରିକେଟ ଖେଳ ପ୍ରତି ତାଙ୍କର ବେଶ୍ ଆଗ୍ରହ ରହିଥିଲା। ପାଠପଢ଼ା ସହିତ ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ସମର୍ଥନ ତାଙ୍କୁ ମିଳିଥିଲା। ଅମିନ୍ ହାଇଦ୍ରାବାଦ ଓ କୋଲକାତାରେ କ୍ରିକେଟ ଏକାଡେମିରେ ମଧ୍ୟ ପ୍ରଶିକ୍ଷଣ ନେଇଛନ୍ତି। ପୂର୍ବରୁ ସେ ଓଡ଼ିଶା ପାଇଁ ବହୁ ଲିଗ୍ ମ୍ୟାଚ୍ ଖେଳିଛନ୍ତି। ଆଗାମୀ ଦିନରେ ରଣଜୀ ଟ୍ରଫିରେ ମଧ୍ୟ ରାଜ୍ୟ ପାଇଁ ପ୍ରତିନିଧିତ୍ବ କରିବା ସହିତ ଭାରତୀୟ ଟିମ୍ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିବା କୁହନ୍ତି ଅମିନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe