କୋଣାର୍କ ସୁରକ୍ଷା ନେଇ ଡିସେମ୍ବର ୧୦ରେ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ

କୋଣାର୍କ ସୁରକ୍ଷା ନେଇ ଡିସେମ୍ବର ୧୦ରେ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୧୦ ତାରିଖରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର କଳାକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ଼ ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଣାର୍କ ସମସ୍ୟା ସଂପର୍କୀତ ବୈଠକରେ ଏହା ସ୍ଥିର କରାଯାଇଛି।

ଭୁବନେଶ୍ୱର ବୈଠକରେ କେନ୍ଦ୍ର ଓ ରାଜ୍ୟର ସଂସ୍କୃତି ମନ୍ତ୍ରୀ, ଆର୍କୋଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର(ଏଏସଆଇ) ଅଧିକାରୀ ଏବଂ ବିଶେଷଜ୍ଞମାନେ ଯୋଗ ଦେବେ ବୋଲି ସ୍ଥିର ହୋଇଛି। ଏହି ବୈଠକରେ କୋଣାର୍କର ସୁରକ୍ଷା ନେଇ କେଉଁ ପ୍ରକାର ପଦକ୍ଷେପ ନିଆଯିବ ତାହା ସ୍ଥିରୀକୃତ ହେବ।

ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ଼ ଶର୍ମା କହିଛନ୍ତି ଯେ କୋଣାର୍କ ପ୍ରତି କୌଣସି ବିପଦ ନାହିଁ। ପ୍ରଧାନମନ୍ତ୍ରୀ ଏହାର ସୁରକ୍ଷା ଲାଗି ତାଙ୍କ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନିମାପଡାର ବିଧାୟକ ସମୀର ଦାସ, ଏଏସ୍‌ଆଇର ଡିଜି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍କୃତି ସଚିବ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe