ନିଜ ଗସ୍ତ କଥା ମନେପକାଇ ଘେରିଲେ ଧର୍ମେନ୍ଦ୍ର

Advertisment
ଏସ୍‌ଇବିସି, ଓବିସିଙ୍କୁ ସଂରକ୍ଷଣ ଦିଅ : ଧର୍ମେନ୍ଦ୍ର

Mangalorean.com

ଦଳମତ ନିର୍ବିଶେଷରେ ଏକାଠି ହେବାକୁ ପରାମର୍ଶ
କୋଟିଆ ଓ ଆନ୍ଧ୍ର ବିବାଦର ସ୍ଥାୟୀ ସମାଧାନ ଜରୁରୀ
ଆନ୍ଧ୍ର ସରକାର ଅଧିକାର ଜାହିର କରିବା ଚିନ୍ତାଜନକ
ସ୍ଥାନୀୟ ଲୋକଙ୍କୁ ଭାବଗତ ଭାବେ ଯୋ଼ଡିବାରେ ବିଫଳ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଅନ୍ତର୍ଗତ କୋଟିଆ ପଞ୍ଚାୟତ ଅଞ୍ଚଳରେ ବିକାଶ କାର୍ଡ ଖେଳିଥିବା ବେଳେ ବିଜେପି ବି ଚୁପ୍ ବସିନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଏହି ପ୍ରସଙ୍ଗରେ ନିଜ ମତ ରଖି ଚର୍ଚ୍ଚାକୁ ଆସିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ଟ୍ବିଟ୍‌ରେ କହିଥିଲେ, ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଉପରେ ଅଧିକାର ଜାହିର୍ କରିବା ଆରମ୍ଭ କରିଛନ୍ତି। ଏବେ ଦଳ ମତ ନିର୍ବିଶେଷରେ ସମସ୍ତେ ରାଜ୍ୟବାସୀ ଏକ ହୋଇ ଏହାର ସମାଧାନ କରିବା ଜରୁରୀ ହୋଇପଡ଼ିଛି। ଏହି ପ୍ରସଙ୍ଗଟି ଏବେ ସବୁଠାରୁ ଅଧିକ ଚିନ୍ତାର ବିଷୟ। ଓଡ଼ିଶାର ଗଣମାଧ୍ୟମ, ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ଉଦବେଗ ପ୍ରକାଶ କରୁଛନ୍ତି। ଏହି ବିବାଦ କିନ୍ତୁ ଦୀର୍ଘ ଦିନ ଧରି ଲାଗି ରହିଥିଲେ ହେଁ, ଏହାର ସ୍ଥାୟୀ ସମାଧାନ ନ େହବା ବିଚଳିତ କରୁଛି।ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ପାଇଁ କିଛି ଯୋଜନା ଶୁଭାରମ୍ଭ କରିଛନ୍ତି ଓ ଖୁବ୍ ଶୀଘ୍ର କୋଟିଆ ଆସି ଏହାକୁ ଆଦର୍ଶ ପଞ୍ଚାୟତ କରିବେ ବୋଲି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କହିଛନ୍ତି। କିନ୍ତୁ ସମ୍ଭବତଃ କୋଟିଆ ପ୍ରସଙ୍ଗକୁ ଯେତେ ଗୁରୁତ୍ୱର ସହ ନେବା କଥା ଆମେ ତାହା କରିବାରେ ସଫଳ ହୋଇନାହୁଁ ବୋଲି ଧର୍ମେନ୍ଦ୍ର ମନ୍ତବ୍ୟ ରଖି ପରୋକ୍ଷରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଅଞ୍ଚଳକୁ ଭାବଗତ ଭାବେ ଯୋଡ଼ି ରଖିବା କଥା ଆମେ କରିପାରିନାହାନ୍ତି ବୋଲି କହିଛନ୍ତି।

ନିଜର କୋଟିଆ ଗସ୍ତ ସଂପର୍କରେ ସୂଚନା ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ ସମୟରେ ସ୍ଥାନୀୟ ଲୋକଙ୍କ ସହ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲି। କୋଟିଆ ଓ ଅନ୍ୟାନ୍ୟ ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟର ରାଜନୈତିକ ଦଳ ଓ ସାମାଜିକ ସଂଗଠନ ମାନଙ୍କର ମିଳିତ ବୈଠକ ଅପରିହାର୍ଯ୍ୟ ଏବଂ ସମସ୍ତେ ମିଶି ଏ ନେଇ ଉଦ୍ୟମ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe